Latest Odisha News

BREAKING NEWS

୨୪ ଘଣ୍ଟାରେ ଦ୍ୱିତୀୟ ଚୋରି, ‘ମୋ ବସ୍’ରୁ କିଏ ଲୁଟ୍ କଲା ୨ ଛାତ୍ରୀଙ୍କ ମୋବାଇଲ୍ ?

ଭୁବନେଶ୍ୱର: ‘ମୋ ବସ୍’ ଭିତରୁ ପୁଣି ଲୁଟ୍ । ଗତକାଲି ‘ମୋ ବସ୍’ରେ ଯାଉଥିବା ବେଳେ ଜଣେ କ୍ୟାନସର ପୀଡ଼ିତ ୧୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଉକ୍ତ ଚୋରି ଘଟଣାକୁ ୨୪ ଘଣ୍ଟା ବି ପୂରିନି । ‘ମୋ ବସ୍’ରେ ଆଜି ପୁଣି ୨ ଜଣ ଛାତ୍ରୀଙ୍କ ମୋବାଇଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପଳାଶୁଣି ଯିବା ପାଇଁ ୨ ଛାତ୍ରୀ ଜଣେ ରମାଦେବୀ କଲେଜ ଓ ଅନ୍ୟ ଜଣେ ବାଣୀବିହାରରେ ବସରେ ଚଢ଼ିଥିଲେ । ପଳାଶୁଣିରେ ବସରୁ ଓହ୍ଲାଇବା ବେଳେ ୨ ଜଣଙ୍କ ମୋବାଇଲ୍ ନଥିବା ଜାଣିବାକୁ ପାଇଥିଲେ । ଏପରିକି ତାଙ୍କ ବ୍ୟାଗ୍ ଚେନ୍ ଖୋଲାଥିବା ଦେଖିଥିଲେ । ବସରେ ଥିବା କେହି ମହିଳା ଯାତ୍ରୀ ଚୋରି କରିଥିବା ୨ ଛାତ୍ରୀ ଅଭିଯୋଗ କରିଛନ୍ତି । ଏନେଇ ସହଦନଗର ଥାନାରେ ଏତଲା ଦେଇଛନ୍ତି ୨ ଛାତ୍ରୀ ।

ବୁଧବାର କ୍ୟାନସର ପୀଡ଼ିତଙ୍କ ଠାରୁ ୧୫ ହଜାର ୪୦୦ ଟଙ୍କା ଲୁଟ୍ ପରେ ଆଜି ‘ମୋ ବସ୍’ରୁ ପୁଣି ୨ଟି ମୋବାଇଲ୍ ଲୁଟ୍ ହୋଇଛି । ଗତ ୧୬ ତାରିଖରେ ମଧ୍ୟ ମୋବାଇଲ୍ ଲୁଟ୍ ହୋଇଥିଲା ‘ମୋ ବସ୍’ରେ । ବାରମ୍ବାର ‘ମୋ ବସ୍’ ଭିତରେ ଚୋରି ହେଉଥିବାରୁ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ସମ୍ପୂର୍ଣ୍ଣ ‘ମୋ ବସ୍’ ସିସିଟିଭି ନଜରରେ ଥିବା କ୍ରୁଟ୍ ଦାବି କରୁଥିବା ବେଳେ ଚୋରି କିଭଳି ହେଉଛି ବୁଝା ପଡ଼ୁନାହିଁ ।

Leave A Reply

Your email address will not be published.