Latest Odisha News

ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେବେ ସରକାରୀ କର୍ମଚାରୀ, ୫୮ ବର୍ଷ ପୁରୁଣା ପ୍ରତିବନ୍ଧକୁ ହଟାଇଲେ ମୋଦୀ ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଗଠନ (ଆରଏସଏସ) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ଏକ ବଡ ନିଷ୍ପତ୍ତି ଆସିଛି। ଡିପାର୍ଟମେଣ୍ଟ ଅଫ୍‌ ପର୍ସନାଲ ଆଣ୍ଡ୍‌ ଟ୍ରେନିଂ ଏକ ନିର୍ଦ୍ଦେଶ ଜାରି କରି ରାଷ୍ଟ୍ରୀୟ ସ୍ୱୟ‌ଂ ସେବକ ସଂଗଠନ (ଆରଏସଏସ) ର ସମସ୍ତ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି।

ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହେବେ ସରକାରୀ କର୍ମଚାରୀ, ୫୮ ବର୍ଷ ପୁରୁଣା ପ୍ରତିବନ୍ଧକକୁ ହଟାଇଲେ ମୋଦୀ ସରକାର। ସୂଚନାନୁସାରେ, ପୂର୍ବ କେନ୍ଦ୍ର ସରକାର ଦ୍ୱାରା ୧୯୬୬, ୧୯୭୦ ଏବଂ ୧୯୮୦ ର ସେହି ନିର୍ଦ୍ଦେଶରେ ସଂଶୋଧନ କରାଯାଇଛି, ଯେଉଁଥିରେ ଅନ୍ୟ କେତେକ ଅନୁଷ୍ଠାନ ସହିତ ଆରଏସ୍ଏସ୍ ଶାଖା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସରକାରୀ କର୍ମଚାରୀଙ୍କ ଉପରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଲାଗୁ କରାଯାଇଥିଲା।

ପୂର୍ବ କଂଗ୍ରେସ ସରକାର ସମୟ ସମୟରେ ସରକାରୀ କର୍ମଚାରୀଙ୍କୁ ଆରଏସଏସ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରୁଥିଲେ। କର୍ମଚାରୀମାନେ ଯଦି ଆରଏସଏସ କାର୍ଯ୍ୟକଳାପରେ ଜଡିତ ଥିଲେ ସେମାନଙ୍କୁ କଠୋର ଦଣ୍ଡ ଦେବା ପାଇଁ ଏକ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା। ଏହି କାରଣରୁ, ଅନେକ ସରକାରୀ କର୍ମଚାରୀ ଅବସର ପରେ ପେନ୍ସନ୍ ସୁବିଧା ଇତ୍ୟାଦିକୁ ଧ୍ୟାନରେ ରଖି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଗଠନର କାର୍ଯ୍ୟରେ ଲିପ୍ତ ରହିବାରୁ ବଞ୍ଚିତ ହୋଇ ଆସୁଥିଲେ।

ଅନ୍ୟପଟେ ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟ ସରକାର ଏହି ଆଦେଶକୁ ବାତିଲ କରି ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ଏହା କେନ୍ଦ୍ର ସରକାର ସ୍ତରରେ ଆଇନଗତ ରହିଲା। ଏହି ମାମଲାରେ ଇନ୍ଦୋର କୋର୍ଟରେ ଏକ ମାମଲା ଚାଲିଥିଲା ​​ଯେଉଁଥିରେ କୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କ ମତାମତ ଲୋଡିଥିଲେ। ସୂଚନା ଥାଉକି ଯେ, ୫୮ ବର୍ଷ ପୁରୁଣା ନିଷେଧାଦେଶ ହେତୁ ଅନେକ ସରକାରୀ କର୍ମଚାରୀ ଅବସର ପରେ ପେନ୍‌ସନ୍‌ ସୁବିଧା ଇତ୍ୟାଦି ପାଇବା ପାଇ ରାଷ୍ଟରୀୟ ସ୍ୱୟଂ ସେବକ ସଂଗଠନର କାର୍ଯ୍ୟକ୍ରମରେ ଭାଗ ନେବାକୁ ଏଡ଼ାଉଥିଲେ।

Comments are closed.