Latest Odisha News

BREAKING NEWS

‘ହ୍ୟୁମାନଙ୍କ ପାଖେ ନାହିଁ ମଣିଷପଣିଆ’, ଜୀବିକା ଛଡ଼ାଇବାକୁ ଚେଷ୍ଟା କରୁଥିବା କହିଲେ ଗୁଲୁଆ

ଭୁବନେଶ୍ୱର: ସ୍ୱାମୀ-ସ୍ତ୍ରୀ କଳିକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ବେଶ୍ ଚର୍ଚ୍ଚାରେ ଥିଲା । କାଉନସେଲିଂ ପରେ ସ୍ୱାମୀ, ସ୍ତ୍ରୀ ଏକାଠି ହୋଇଛନ୍ତି । ନିଜ ପରିବାର ସଜାଡ଼ି ହୋଇଥିବା ବେଳେ ହ୍ୟୁମାନ ଆଉ ଏକ ପରିବାରର ଖାଇବା ଥାଳି ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି । ଏଭଳି କିଛି ଅଭିଯୋଗ କରିଛନ୍ତି କମେଡିଆନ୍ ମିଷ୍ଟର ଗୁଲୁଆ ।

ସୋସିଆଲ୍ ମିଡିଆରେ ଗୁଲୁଆଙ୍କ ଏକ ଭିଡିଓ ସେୟାର କରି ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ଓଡ଼ିଶା ଲୋକଙ୍କ ଆଶୀର୍ବାଦ ଓ ଭଲ ପାଇବା ଯୋଗୁ ମୁ କିଛି କରି ପାରିଛି । ଗରିବ ପରିବାରରୁ ମୁଁ ଆସିଛି । ଦିନକ ତଳେ ମୋତେ ନିଆଳି ଡକାଯାଇଥିଲା ଏକ ଷ୍ଟେଜ୍ କାର୍ଯ୍ୟକ୍ରମ ପାଇଁ । ଆଉ ସେଠି ପହଞ୍ଚିବା ପରେ ଆୟୋଜ କହିଲେ, ହ୍ୟୁମାନ୍ ସାଗର କୁଆଡ଼େ କହିଛନ୍ତି ସେ ଗଲେ ସିଏ ଆସିବେନି ।

ଏଭଳି ଅଭିଯୋଗ କରିଛନ୍ତି ଗୁଲୁଆ । କହିଛନ୍ତି, ହ୍ୟୁମାନଙ୍କ ସହ ମୋର କୌଣସି ଶତ୍ରୁତା ନାହିଁ । କାହାଠୁ କାହାର ଜୀବନ ଜୀବିକା ଛଡ଼ାଇବା ଠାରୁ ବଡ଼ ଅପରାଧ ନାହିଁ । ହ୍ୟୁମାନ କହିଛନ୍ତି ଗୁଲୁଆଙ୍କୁ ଡାକ ନାହିଁ । ଆଜ୍ଞା ଷ୍ଟେଜ୍ ଆପଣଙ୍କର । କୌଣସି ଗର୍ବ, ଅହଙ୍କାର ସବୁ ବେଳେ ରହିବ ନାହିଁ ।

ହ୍ୟୁମାନ ସାଗର ନିକକୁ କଣ ଭାବୁଛନ୍ତି । ସେ ଗଜପତି ନୁହଁନ୍ତି । ସେ ଉପରେ ଉପରେ ମିଶି, ଭିତରେ ଚେର କାଟନ୍ତି । ଯାହା ସହ ମିଶୁଛୁ ହୃଦୟରୁ ମିଶୁଛୁ । ଜୀବନ ଜୀବିକା କାହାର ଛଡ଼ାଇଲେ ଭଗବାନ କେବେ କ୍ଷମା କରିବେ ନାହିଁ ବୋଲି ଗୁଲୁଆ କହିଛନ୍ତି ।

 

Leave A Reply

Your email address will not be published.