Latest Odisha News

ଶ୍ରୀଲଙ୍କା ଗଲେ ଦେବାକୁ ପଡିବନି ଭିସା ଶୁଳ୍କ, ତାଲିକାରେ ଅଛି ଏହି ୬ଟି ଦେଶ

କଲୋମ୍ବ: ଦଶହରାରେ ଯାତ୍ରୀଙ୍କୁ ଶ୍ରୀଲଙ୍କା ସରକାରଙ୍କ ଉପହାର । ଆଜି କ୍ୟାବିନେଟ ନେଇଛି ଏକ ବଡ ନିଷ୍ପତ୍ତି । ଏହା ଅଧୀନରେ ବର୍ତ୍ତମାନ ଶ୍ରୀଲଙ୍କା ଯିବାକୁ ହେଲେ ଆଉ ଦେବାକୁ ପଡିବନି ଭିସା ଶୁଳ୍କ । ଭାରତ ସମେତ ୬ଟି ଦେଶର ଲୋକଙ୍କୁ ଭିସା ପାଇଁ ଶୁଳ୍କ ଛାଡ କରିଛି ସରକାର । ଭିସା ଫ୍ରି ସ୍କିମ ଘୋଷଣା କରିଛନ୍ତି ଶ୍ରୀଲଙ୍କା ସରକାର।

ଖବର ଅନୁଯାୟୀ, ଏହି ଋଣଗ୍ରସ୍ତ ଦ୍ୱୀପପୁଞ୍ଜ, ଦେଶରେ ପର୍ଯ୍ୟଟନ କ୍ଷେତ୍ରର ପୁନଃ ନିର୍ମାଣ ଉଦ୍ୟମ ମଧ୍ୟରେ ଭାରତ ଏବଂ ଅନ୍ୟ ୬ଟି ଦେଶରୁ ଯାତ୍ରୀଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ ନୀତିକୁ ଶ୍ରୀଲଙ୍କା କ୍ୟାବିନେଟ୍ ଅନୁମୋଦନ କରିଛି । ବୈଦେଶିକ ମନ୍ତ୍ରୀ ଅଲି ସାବରି ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ସାବରି ଏକ ବିବୃତ୍ତିରେ କହିଛନ୍ତି ଯେ, ଏହା ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପାଇଲଟ ପ୍ରକଳ୍ପ ଭାବରେ କାର୍ଯ୍ୟକାରୀ ହେବ।

ଶ୍ରୀଲଙ୍କା କ୍ୟାବିନେଟ୍ ଭାରତ, ଚୀନ୍, ଋଷ, ମାଲେସିଆ, ଜାପାନ, ଇଣ୍ଡୋନେସିଆ ଏବଂ ଥାଇଲ୍ୟାଣ୍ଡର ଯାତ୍ରୀମାନଙ୍କ ପାଇଁ ମାଗଣା ପ୍ରବେଶ ନେଇ ଅନୁମୋଦନ କରିଛି । ଏହି ଦେଶଗୁଡିକର ପର୍ଯ୍ୟଟକମାନେ ଶ୍ରୀଲଙ୍କା ପରିଦର୍ଶନ ପାଇଁ କୌଣସି ଶୁଳ୍କ ବିନା ଭିସା ପାଇପାରିବେ । ୨୦୧୯ରେ ଇଷ୍ଟର ଦିନ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା ।

ଏହି ବିସ୍ଫୋରଣରେ ୧୧ ଜଣ ଭାରତୀୟଙ୍କ ସମେତ ୨୭୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ସେପ୍ଟେମ୍ବର ତଥ୍ୟରେ, ଭାରତ ୩୦ ହଜାରରୁ ଅଧିକ ପର୍ଯ୍ୟଟକ ଆଗମନ ସହିତ ପ୍ରଥମ ସ୍ଥାନରେ ରହିଛି, ଯାହା ସମୁଦାୟ ୨୬ ପ୍ରତିଶଥ ଅଟେ, ସେହିପରି ଚାଇନାର ପର୍ଯ୍ୟଟକମାନେ ୮ ହଜାରରୁ ଅଧିକ ଆଗମନ ସହିତ ଦ୍ୱିତୀୟ ବୃହତ୍ତମ ଗୋଷ୍ଠୀ ଗଠନ କରିଛନ୍ତି ବୋଲି ପିଟିଆଇ ରିପୋର୍ଟ କରିଛି ।

Comments are closed.