Latest Odisha News

BREAKING NEWS

ରାଜ୍ୟର ୨୫ରୁ ଅଧିକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର: ଗଞ୍ଜାମ, ଗଜପତି, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କୋରାପୁଟ, ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡରେ ମଧ୍ୟମ ବଜ୍ରପାତ ଏବଂ ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଅନୁଗୁଳ, କେନ୍ଦୁଝର, ନବରଙ୍ଗପୁର, ମାଲକାନଗିରି, ପୁରୀ, ବୌଦ୍ଧ, ଦେଓଗଡ, ବାଲେଶ୍ବର, ଏବଂ ସମ୍ବଲପୁର ଜିଲ୍ଲାରେ ମଧ୍ୟ ବଜ୍ରପାତ ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ହାଲୁକା ବଜ୍ରପାତର ସମ୍ଭାବନା ରହିଛି।

ଏହି ସମୟରେ ୧୮ଟି ଜିଲ୍ଲାକୁ, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବାଲେଶ୍ବର, ଭଦ୍ରକ, ଯାଜପୁରରେ ଆଗାମୀ ୨୪ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.