Latest Odisha News

ଅମୃତସରରେ ଏନଆରଆଇଙ୍କ ଘରେ ପଶି ଗୁଳିମାଡ କଲେ ଦୁର୍ବୁତ୍ତ

ଅମୃତସର: ଆମେରିକାରୁ ଫେରିଥିବା ଜଣେ ଭାରତୀୟ (ଏନଆରଆଇ)ଙ୍କ ବାସଭବନରେ ପଶି ଗୁଳିମାଡ କରିଛନ୍ତି ଦୁଇ ବନ୍ଧୁକଧାରୀ ବ୍ୟକ୍ତି।

ପଞ୍ଜାବର ଅମୃତସରର ଡାବୁରଜୀ ଅଞ୍ଚଳରେ ଘଟିଥିବା ଏହି ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି।

ସୂଚନା ଅନୁଯାୟୀ, ନିକଟରେ ଆମେରିକାରୁ ଫେରିଥିଲେ ସୁଖଚେନ ସିଂ। ଦୁଇ ଜଣ ବ୍ଯକ୍ତି ତାଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକାଇବା ସହ ସୁଖଚେନଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ସମୟରେ ପତ୍ନୀ ଏବଂ ପୁଅ ତାଙ୍କ ଜୀବନ ବଞ୍ଚାଇବା ପାଇଁ ନିବେଦନ କରୁଥିବା ବେଳେ ସେମାନେ କିଛି ଶୁଣିନଥିଲେ।

ସେମାନେ ଆହୁରି ଅଧିକ ଗୁଳି ଚଳାଇବାକୁ ଚେଷ୍ଟା କରୁଥିବା ବେଳେ ବନ୍ଧୁକ ଜାମ୍ ହୋଇଯାଇଥିଲା। ଯାହା ପରେ ସେମାନେ ଘରୁ ବାହାରି ଚାଲିଯାଇଥିଲେ। ଏହି ଗୁଳିମାଡ଼ର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।

Comments are closed.