Latest Odisha News

BREAKING NEWS

ଅଜିତ ଡୋଭାଲଙ୍କ ସହ ୭ ଦେଶର NSAଙ୍କୁ କାହିଁକି ଭେଟିଲେ ପୁଟିନ୍ ?

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦୁଇ ଦିନିଆ ଋଷ ଗସ୍ତରେ ଯାଇଛନ୍ତି । ବୁଧବାର ମସ୍କୋରେ ପହଞ୍ଚିଥିବା ବେଳେ ଗୁରୁବାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଦେଶ ମଧ୍ୟରେ ସୁରକ୍ଷା ପ୍ରସଙ୍ଗକୁ ନେଇ ଅନେକ ଚର୍ଚ୍ଚା ହୋଇଛି ।

ବୁଧବାର ଡୋଭାଲ ଆଫଗାନିସ୍ତାନ ସୁରକ୍ଷା ପରିଷଦ ବୈଠକରେ ଭାଗ ନେବା ଲାଗି ପହଞ୍ଚିଥିଲେ । କହିଥିଲେ, କୌଣସି ବେ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଲାଗି ଆଫଗାନିସ୍ତାନକୁ ବ୍ୟବହାର କରି ପାରିବ ନାହିଁ ।

ଡୋଭାଲ କହିଥିଲେ, ଆଫଗାନିସ୍ତାନ ଏକ କଠିନ ସମୟ ଦେଇ ଆଗକୁ ବଢ଼ୁଛି । ଜରୁରୀ ସମୟରେ ଆଫଗାନ ଲୋକଙ୍କୁ ଭାରତ କେବେ ବି ହାତ ଛାଡ଼ିବ ନାହିଁ । ସଂକଟ ସମୟରେ ଭାରତ ଆଫଗାନିସ୍ତାନକୁ ୪୦ ହଜାର ମେଟ୍ରିକ ଟନ୍ ଗହମ, ୬୦ ଟନ୍ ଔଷଧ, ୫ ଲକ୍ଷ କୋଭିଡ୍ ଟିକା ସହାୟତା ଦେଇଥିଲା ।

ଏନଏସ୍ଏ ଅଜିତ ଡୋଭାଲଙ୍କ ଗସ୍ତର ୩ ମାସ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଋଷ ଗସ୍ତରେ ଯାଇଥିଲେ । ସେହି ସମୟରେ ଦୁଇ ରାଷ୍ଟ୍ର ମଧ୍ୟରେ ଅନେକ ଆଲୋଚନା ହୋଇଥିଲା ।

ଭାରତ ଓ ଋଷ ସହ ଏହି ବୈଠକରେ ଇରାନ, କଜାଗିସ୍ତାନ, ଚୀନ, ତଜାକିସ୍ତାନ, ତୁର୍କିମେନିସ୍ତାନ ଓ ଉଜେବିକିସ୍ତାନର ପ୍ରତିନିଧି ଭାଗ ନେଇଛନ୍ତି । ଆଗାମୀ ଦିନରେ ଋଷ ବିଦେଶ ମନ୍ତ୍ରୀ ସଙ୍ଗେଇ ଲାବରୋଭ ମାର୍ଚ୍ଚ ପହିଲାରେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପାରନ୍ତି ।

Comments are closed.