Latest Odisha News

ଅଡୁଆରେ ପେଗାସସ୍‌ ନିର୍ମାତା; ବିକ୍ରି ହେବ କମ୍ପାନୀ!

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ଦୁର୍ନୀତିକୁ ନେଇ ଭାରତ ସମେତ ଅନେକ ଦେଶରେ ଉତ୍ତେଜନା ଦେଖାଦେଇଥିଲା। ବର୍ତ୍ତମାନ ଏହି ସ୍ପାଏୱେର୍‌ ନିର୍ମାଣ କରିଥିବା କମ୍ପାନୀ ଏନ୍‌ଏସ୍‌ଓ ଖୁବ୍‌ ଶୀଘ୍ର ବିକ୍ରି ହେବାକୁ ଯାଉଛି।

ସୂଚନା ଅନୁଯାୟୀ ଏନ୍‌ଏସ୍‌ଓ ଗ୍ରୁପ୍ ଲିମିଟେଡ୍ ଶୀଘ୍ର ଏହାର ବିବାଦୀୟ ପେଗାସସ୍ ୟୁନିଟ୍ ବନ୍ଦ କରିପାରେ କିମ୍ବା ପୁରା କମ୍ପାନୀ ବିକ୍ରି କରିପାରେ। କମ୍ପାନୀକୁ ବିକ୍ରୟ କରିବା ପାଇଁ ଅନେକ ବିନିଯୋଗ ପାଣ୍ଠି ସହିତ ଆଲୋଚନା ହୋଇଛି ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଦୁଇଟି ଆମେରିକୀୟ ପାଣ୍ଠି ଏହାକୁ କିଣିବାକୁ ଆଗ୍ରହ ଦେଖାଇଛନ୍ତି। ସେମାନେ ଶୀଘ୍ର ଏହାକୁ ନିୟନ୍ତ୍ରଣକୁ ନେଇପାରନ୍ତି ଏବଂ ପେଗାସସ୍ ବନ୍ଦ ହୋଇପାରେ ବୋଲି ଜଣାପଡ଼ିଛି। NSO ପକ୍ଷରୁ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇନାହିଁ।

ଉଲ୍ଲେଖ ଥାଉ କି, ଇସ୍ରାଏଲ୍ କମ୍ପାନୀ ଏନ୍‌ଏସ୍‌ଓ ଏହାର ପେଗାସସ୍ ସ୍ପାଏୱେୟାର ସଫ୍ଟୱେୟାର ମାଧ୍ୟମରେ ଭାରତ ସମେତ ବିଶ୍ୱର ଅନେକ ସେଲିବ୍ରିଟିଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.