ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳାଯିବ । ଘରୋଇ ପରିବେଶରେ ଭାରତ ଚାମ୍ପିୟନ ହେବା ଦୌଡରେ ଆଗରେ ରହିଛି । ଇତି ମଧ୍ୟରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ ବୋଲର ମାଖୟା ଏନଟିନି ତାଙ୍କ ଦଳର ବୋଲରମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ଏହା ମଧ୍ୟରେ ବିରାଟ କୋହଲିଙ୍କୁ ଚିଡେଇବା ଭୁଲ ନ କରିବା ପାଇଁ ସେ କହିଛନ୍ତି । କୋହଲି ଆକ୍ରମଣାତ୍ମକ ମନୋଭାବକୁ ଆସିଗଲେ ଅଟକାଇବା କଷ୍ଟକର ହେବ । ରନ ନ ବାହାରିଲେ ଓ ବୋଲରମାନେ କିଛି ପ୍ରତିକ୍ରିୟା ନ ଦେଲେ ସେ ବ୍ୟସ୍ତ ହୋଇପଡିବେ ।
ଏହାର ସୁଯୋଗ ଆମ ବୋଲରମାନେ ଉଠାଇପାରିବେ ବୋଲି ସେ କହିଛନ୍ତି । ଏନରିକ ନୋର୍ଟେଜ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ହେବେ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା, ଭାରତ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ସେମିଫାଇନାଲରେ ପ୍ରବେଶ କରିବା ସମ୍ଭାବନା ଅଧିକ ବୋଲି ସେ ଦୃଢ଼ତା ସହକାରେ କହିଛନ୍ତି ।
Comments are closed.