Latest Odisha News

BREAKING NEWS

ଝାଡଖଣ୍ଡରେ ଏନଟିପିସି ଡିଜିଏମଙ୍କୁ ଗୁଳିକରି ହତ୍ଯା

ହଜାରିବାଗ: ଝାଡ଼ଖଣ୍ଡର ହଜାରିବାଗରେ ଏନଟିପିସିର ଡିଜିଏମ କୁମାର ଗୌରବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କୁ ଫତାହା ଜଙ୍ଗଲ ନିକଟରେ ଗୁଳି ହତ୍ୟା କରାଯାଇଥିଲା। ଯାହା ପରେ ଦୁବୁର୍ତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ସୂଚନା ଅନୁଯାୟୀ, ଘଟଣାଟି ଆଜି ସକାଳ ୧୦ଟାରେ ଘଟିଥିଲା। କୁମାର ଗୌରବ ଏନଟିପିସି କୋଇଲା ଡେସପ୍ୟାଚ୍ ବିଭାଗର ଡିଜିଏମ ଥିଲେ। ତାଙ୍କ ହତ୍ୟା ଖବର ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଏନଟିପିସି କୋଇଲା ଖଣି ନେଫିର ଅଧ୍ଯକ୍ଷ କମଳା ରାମ ରଜକଙ୍କ ଅନୁଯାୟୀ, ଫତାହ ଗାଁ ନିକଟରେ ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କ କାରକୁ ଓଭରଟେକ କରି ଗୁଳି ଚଳାଇଥିଲେ।

ତେବେ ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମାର ତାଙ୍କୁ ହସ୍ପିଟାଲକୁ ନେଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଆରମ୍ଭ କରିଛି।  କୁମାର ଗୌରବ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ହୋଇଥିଲା ବେଳେ ଏନେଇ ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି।

Comments are closed.