ନୂଆପଡା ଜିଲ୍ଲାକୁ ନୂଆ ପରିଚୟ ଦେଇ ସଭ୍ରାନ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମ । ଜିଲ୍ଲାପାଳଙ୍କ ନେତୃତ୍ୱରେ ସମସ୍ତ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ୧୦ ମାସ ମଧ୍ୟରେ ୪୧ଟି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ସହ ଦାଦନ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ୬୦ ହଜାରୁ ଅଧିକ ଶ୍ରମିକ ମନରେଗାରେ କାମ କରି ସାରା ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । କେବଳ ଏତିକି ନୁହେଁ ବନବିଭାଗ ତରଫରୁ ପକ୍ଷୀ ପାଇଁ ଦିନଟିଏ ଓ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲାକୁ ସବୁଜ ସୁନ୍ଦର କରିବାରେ ସହାୟକ ହେଉଛି । ଦାଦନ ରୋକିବାକୁ ଜିଲ୍ଲାପାଳ ନିଜେ ଉଦାହରଣ ହୋଇଛନ୍ତି । ସେ କେତେବେଳେ କୋଦାଳ ଧରି ମାଟି ଖୋଳୁଛନ୍ତି ତ ଆଉ କେତେବେଳେ ନିଜେ ମାଟି ବୋହୁଛନ୍ତି । ଜିଲ୍ଲାରେ ମନରେଗା କାମରେ ଅଧିକରୁ ଅଧିକ ଶ୍ରମିକ କିପରି ନିୟୋଜିତ ହୋଇ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ ସେ ବାବଦରେ ସଚେତନତା କରାଯାଇଛି । ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ପଂଚାୟତରେ ବର୍ଦ୍ଧିତ ଜନଶୁଣାଣି କରି ପ୍ରବାସୀ ଶ୍ରମିକ ସଚେତନ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ସରକାରଙ୍କ ସବୁ ଯୋଜନା କିପରି ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ସେ ବାବଦରେ ସମସ୍ତ ଅଧିକାରୀଙ୍କୁ ଅବଗତ କରାଉଛନ୍ତି । ବରଗାଁ ପଂଚାୟତ କାସିପଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଏଭଲି ପ୍ରୟାସକୁ ସମସ୍ତେ ବେସ ପ୍ରସଂଶା କରିଛନ୍ତି ।
ଜିଲ୍ଲା ଭିତରେ ବିଭିନ୍ନ ବିଭାଗ ତରଫରୁ ଯେମିତି କୃଷି, ଉଦ୍ୟାନ, ଜଳବିଭିଷିକା, ଫରେଷ୍ଟ, ଜୀବିକା ମିଶନ, ଏମିତିକି ବିଭିନ୍ନ ବ୍ୟାଙ୍କରୁ ଲୋନ ନେଇ ସ୍ୱାବଲମ୍ବୀ ହେବାର ଉପାୟ କୁହାଯାଉଛି । ପରିବେଶ ସନ୍ତୁଳନ ସହ ସବୁଜ ସୁନ୍ଦର କରିବା ପାଇଁ ବନଭିଭାଗ ତରଫରୁ ଝିଅ ପାଇଁ ଗଛଟିଏ, ପକ୍ଷୀ ପାଇଁ ଦିନଟିଏ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ଗର୍ଭସ୍ଥ ଶିଶୁ ପାଇଁ ଗଛଟିଏ ନାରାରେ ଜିଲ୍ଲାରେ ଅନେକ ଚାରା ରୋପଣ କରାଯାଉଛି । ଏହାଦ୍ୱାରା ଜିଲ୍ଲାରେ ଗଛ ସଂଖ୍ୟା ବହୁତ ବୃଦ୍ଧି ପାଇବ ବୋଲି ଆଶା ରଖିଛି ପ୍ରଶାସନ । ସେପଟେ ଆଧୁନିକତାର ଚାକଚକ୍ୟରେ ଆଉ ଚଢେଇ ମାନଙ୍କ କିଚିରି ମିଚିରି ଶଦ୍ଦ ଶୁଣିବାକୁ ମିଳୁନାହିଁ । ସେମାନଙ୍କ ପାଇଁ ଖାଦ୍ୟ ଓ ଗଛରେ ବସା କରିବାର ସୁବିଧା ନଥିବାରୁ ଚଢେଇଙ୍କ ସଂଖ୍ୟା କମୁଛି । ଏହାର ସମାଧାନ ପାଇଁ ପ୍ରତି ଲୋକ ଘରର ଚତୁଃପାଶ୍ୱର୍ରେ ଚଢାଉ ମାନଙ୍କ ପାଇଁ ଖାଦ୍ୟ, ପାଣି ଦେବା ସହ ବସା ନିର୍ମାଣ କରିବାରେ ସହାୟକ ହୁଅନ୍ତୁ ବୋଲି କୁହାଯାଇଛି । ଜିଲ୍ଲା ପ୍ରଶାସନର ମୁଖିଆଙ୍କ ବଳିଷ୍ଠ ଉଦ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀ ଜିଲ୍ଲାକୁ ଉପାନ୍ତରୁ ସଭ୍ରାନ୍ତ କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି ।
BREAKING NEWS
- ୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ
- ଆମେରିକା ସହ ଯୁଦ୍ଧବିରତି ନେଇ କୌଣସି ଆଲୋଚନା ହୋଇନାହିଁ: ଇରାନ
- ଆଇପିଏଲ ଆରମ୍ଭରୁ ବୁମରାହଙ୍କ ଖେଳିବା ନେଇ ଲାଗି ରହିଛି ସସ୍ପେନ୍ସ
- ରାଜ୍ୟରେ ବୃଦ୍ଧି ପାଉଛି ଶିଶୁ ନିଖୋଜ ସଂଖ୍ୟା; ସେପଟେ, ଟ୍ୱିନ୍ ସିଟିର ହତ୍ୟା ମାମଲା…
- ଟଳିଲା ବଡ ଅଘଟଣ: ୩ଟି ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ
- ବରମୁଣ୍ଡା ବିଏସ୍ଏବିଟିରେ ଭିସା ଆବେଦନ କେନ୍ଦ୍ର ପାଇଁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ
- cold storage wall collapse: ଭୁଶୁଡ଼ି ପଡ଼ିଲା ଶୀତଳ ଭଣ୍ଡାର…୪ ଶ୍ରମିକଙ୍କ ମୃତ୍ୟୁ, ଅନେକ ଆହତ; ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା
- ଧୂରନ୍ଧର: ଦି ରିଭେଂଜର ପ୍ରଭାବ, ଟକ୍ସିକ ପରେ ଘୁଂଚିବ ଦୃଶ୍ୟମ ୩
- Labour Safety:ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା;ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା
- OTET2026: ମେ ୨୯ରେ OTET-୨୦୨୬ ପରୀକ୍ଷା; ଆସନ୍ତା ୨୬ରୁ ଅନଲାଇନ୍ ଆବେଦନ
Comments are closed.