ନୂଆଦିଲ୍ଲୀ: ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ କଂଗ୍ରେସ ବିଧାୟକ ମାମନ ଖାନ । ହରିଆଣାର ନୁହ ହିଂସା ମାମଲାରେ ତାଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡିକୁ ପଠାଇଛନ୍ତି କୋର୍ଟ । ମଙ୍ଗଳବାର କଂଗ୍ରେସ ବିଧାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ତାଙ୍କୁ ସିଜେଏମ ଯୋଗେନ୍ଦ୍ର ସିଂହଙ୍କ ଅଦାଲତରେ ହାଜର କରା ଯାଇଥିଲା ।
ପୋଲିସ କୋର୍ଟରେ କହିଥିଲା ଯେ, ବିଧାୟକ ଯାଞ୍ଚରେ ସହଯୋଗ କରୁନାହାନ୍ତି । ଅଦାଳତରେ ଦୁଇ ପକ୍ଷ ଓକିଲଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ଏହାପରେ କୋର୍ଟ ମାମନ ଖାନ ଇଞ୍ଜିନିୟରଙ୍କୁ ୧୪ ଦିନ ପାଇଁ ଜୁଡିସିଆଲ କଷ୍ଟଡିକୁ ପଠାଇବା ପାଇଁ ରାୟ ଶୁଣାଇ ଥିଲେ ।
ମାମନ ଖାନଙ୍କୁ ପୋଲିସ ରିମାଣ୍ଡରେ ନେବା ସମୟରେ ନିଆ ଯାଇଥିବା ବୟାନ ଉପରେ ଦସ୍ତଖତ କରିବାକୁ କୁହାଯାଇଥିଲା । ହେଲେ ସେ ଦସ୍ତଖତ କରିବାକୁ ମନା କରି ଦେଇଥିଲେ ।
ସୂଚନାଥାଉ କି, ମାମନ ଖାନ ସେପ୍ଟେମ୍ବର ୧୫ ତାରିଖରେ ରାଜସ୍ଥାନର ଅଜମେରୁ ଗିରଫ ହୋଇଥିଲେ । ଏହା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇ ୨ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।
Comments are closed.