Latest Odisha News

BREAKING NEWS

ଚିକିଟି ମଦ ମୃତ୍ୟୁ ମାମଲା, ଆଉ ଜଣେ ଗିରଫ

ଦିଗପହଣ୍ଡି: ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ । ଗିରିଶୋଲା ଷ୍ଟେସନରୁ ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ସାହୁକୁ ଗିରଫ କଲା କ.ନୂଆଗାଁ ପୋଲିସ । ଗିରଫ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା । ଟ୍ରେନ୍‌ରେ ବେଙ୍ଗଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା ପୋଲିସ । ଏହାକୁ ମିଶେଇ ଏବେ ସୁଦ୍ଧା ଗିରଫଦାରୀ ସଂଖ୍ୟା ୧୦ରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, ଚିକିଟି ବ୍ଲକ ଜେନାପୁରରେ ଅପମିଶ୍ରିତ ମଦ୍ୟପାନ କରି ଗୁରୁତର ହେବା ପରେ ଏ‌ମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ୧୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ଉକ୍ତ ମାମଲାରେ ୯ ଜଣଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି ପୋଲିସ l

Comments are closed.