Latest Odisha News

BREAKING NEWS

କେତେ ମାସର ଘରଭଡ଼ା ଦେଲେ ଭୁବନେଶ୍ୱରରେ କିଣି ପାରିବେ ଘର ?

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱର । ରାଜଧାନୀରେ ରହିବା ଓ ଘରଟିଏ କିଣିବା ସମସ୍ତଙ୍କ ସ୍ୱପ୍ନ । ଅନେକ ଏଇ ସ୍ୱପ୍ନ ଦେଖି ରାଜଧାନୀକୁ ନିଜର କରି ନିଅନ୍ତି । ବ୍ୟତିବ୍ୟସ୍ତ ହୋଇ ଅହରହ ଦୌଡ଼ୁଥିବା ସହର ଏବେ ସାମର୍ଥ୍ୟ ବାହାରକୁ ପଳାଇଲାଣି । ମନିକଣ୍ଟ୍ରୋଲର ରିପୋର୍ଟ ଅନୁସାରେ, ଭାଇଜାଗ ପରେ ଭୁବନେଶ୍ୱର ହେଉଛି ଦେଶର ଦ୍ୱିତୀୟ ସହର ଯାହାକି ଲୋକଙ୍କ ଚଳନୀର ସାମର୍ଥ୍ୟ ବାହାର ।

ଦେଶର କେଉଁ ସହରରେ କେତେ ମାସର ଘର ଭଡ଼ା ଦେଲେ ଜଣେ ନିଜ ପାଇଁ ଜାଗାଟିଏ କିଣି ପାରିବେ ? ଏନେଇ ମନିକଣ୍ଟ୍ରୋଲ ପକ୍ଷରୁ ହାଉସ୍ ପର୍ଚେଜ୍ ଆଫୋର୍ଡବିଲିଟି ଇଣ୍ଡେକ୍ସ ପ୍ରକାଶ ପାଇଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗଳୁରୁ, କୋଲକାତା ଭଳି ସୌଖିନ ସହର ଅପେକ୍ଷା ଭାଇଜାଗ ଓ ଭୁବନେଶ୍ୱର ଏବେ ଅଧିକ ବ୍ୟୟ ବହୁଳ ହୋଇ ପଡ଼ିଛି ।

ଭାଇଜାଗରେ ୬୦୬ ମାସର ଘର ଭଡ଼ାରେ ଘରଟିଏ କିଣିବା ସମ୍ଭବ ହୋଇଥିବା ବେଳେ ଭୁବନେଶ୍ୱରରେ ୫୬୯ ମାସର ଘର ଭଡ଼ାରେ ଆପଣ ନିଜ ପାଇଁ ଘରଟିଏ କିଣି ପାରିବେ । ଏହି ତାଲିକାରେ ସବୁଠୁ କମ୍ ଖର୍ଚ୍ଚ ଅଥବା କମ୍ ମୂଲ୍ୟ କହିଲେ ବେଙ୍ଗଳୁରୁ ରହିଛି । ବେଙ୍ଗଳୁରୁରେ ଆପଣ ୩୩୦ ମାସର ଘର ଭଡ଼ାରେ ନିଜ ପାଇଁ ଘରଟିଏ କିଣି ପାରିବେ ।

Leave A Reply

Your email address will not be published.