Latest Odisha News

ପୋଷଣଯୁକ୍ତ ଖାଦ୍ୟର ଉପାଦେୟତା: ଆଦାନୀ ଫାଉଣ୍ଡେସନର ସଚେତନତା କାର୍ଯ୍ୟକ୍ରମ

ଧାମରା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଦିଗରେ ପୁଷ୍ଟି ସମ୍ବନ୍ଧୀୟ ଉଚିତ ପରାମର୍ଶ ଦେବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସେପ୍ଟେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି ।

ଏହି ସଚେତନତା ସପ୍ତାହ ଅନ୍ତର୍ଗତ ଏକ ପୋଷଣ ସମ୍ବନ୍ଧୀୟ ବୈଠକ କରଞ୍ଜମାଳ ପଞ୍ଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଚାନ୍ଦବାଲିସ୍ଥିତ ଶିଶୁ ବିକାଶ ପରିଯୋଜନା ଅଧିକାରୀ ପ୍ରତିମା ଖଣ୍ଡୁଆଳ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ କରଞ୍ଜମାଳ ସରପଞ୍ଚ ବାବୁଲି ସେଠୀ, କରଞ୍ଜମାଳ ଏଏନ୍ଏମ୍, ଗ୍ରାମପଞ୍ଚାୟତର ୧୪ ଜଣ ଅଙ୍ଗନୱାଡ଼ି କର୍ମୀ ଏବଂ କରଣପଲ୍ଲୀ ପଞ୍ଚାୟତର ୧୨୦ ଜଣ ମହିଳା ଯୋଗ ଦେଇଥିଲେ । ବୈଠକରେ ସୁଷମ ଖାଦ୍ୟ ଗ୍ରହଣ କରିବା ଦିଗରେ ମହିଳାମାନଙ୍କୁ ଅଧିକ ସଚେତନ କରାଇବା, କୁପୋଷଣର ଉଭୟ ପାଶ୍ୱର୍ ବିଷୟରେ ଆଲୋଚନା, ଅନ୍ୟାନ୍ୟ କ୍ଷେତ୍ରରେ ପୋଷଣ ସମ୍ବନ୍ଧୀୟ ବାର୍ତ୍ତା ଦିଆଯାଇଥିଲା । ଏତଦ୍ବ୍ୟତୀତ ମୋଟାପଣର ସମାଧାନ ନିମନ୍ତେ ମହିଳାମାନଙ୍କ ଧ୍ୟାନ କେନ୍ଦ୍ରୀତ କରିବା ଏବଂ ‘କୁପୋଷଣ ମୁକ୍ତ ଭାରତ’ ଗଠନ ନିମନ୍ତେ ଦେଶବ୍ୟାପୀ ଚାଲିଥିବା ଅଭିଯାନକୁ ଅଧିକ କ୍ରିୟାଶୀଳ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଆଦାନୀ ଫାଉଣ୍ଡେସନ ଅତିଶୟ ପୁଷ୍ଟିହୀନତା ଏବଂ ମଧ୍ୟମ ପୁଷ୍ଟିହୀନତାକୁ ହ୍ରାସ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଅଛି । ‘ସୁପୋଷଣ’ କାର୍ଯ୍ୟକ୍ରମ ମାଧ୍ୟମରେ ୪୫ ଜଣ ସଙ୍ଗିନୀଙ୍କୁ ନେଇ ଆଦାନୀ ଧାମରା ପୋର୍ଟ ପାଶ୍ୱର୍ବର୍ତ୍ତୀ ଗ୍ରାମଗୁଡ଼ିକର ୧୩୫ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଏହାକୁ ଜାରି ରଖାଯାଇଛି ।

ସେପ୍ଟେମ୍ବର-୨୦୧୯ କୁ ‘ରାଷ୍ଟ୍ରୀୟ ପୋଷଣ ମାସ’ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବେଳେ ଏହାକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଦାନୀ ଫାଉଣ୍ଡେସନ ପକ୍ଷରୁ ‘ସୁପୋଷଣ’ ଯୋଜନା ଅନ୍ତର୍ଗତ ‘ରାଷ୍ଟ୍ରୀୟ ସୁପୋଷଣ ସପ୍ତାହ’ ପାଳନ କରାଯାଇଛି ।

ଏହି ରାଷ୍ଟ୍ରୀୟ ସୁପୋଷଣ ସପ୍ତାହରେ ଗ୍ରାମାଞ୍ଚଳସ୍ତରରେ କ୍ୱିଜ୍, ବିତର୍କ, ଶିଶୁ ସୋ’ ଆଦି ବିଭିନ୍ନ ପ୍ରତିଯୋଗିତା କରାଯିବା ସହ ସଙ୍ଗିନୀମାନଙ୍କ ପୁଷ୍ଟି ବିକାଶ କେନ୍ଦ୍ର ପରିଦର୍ଶନ, ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗ ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ରହିଛି ।

Comments are closed.