Latest Odisha News

BREAKING NEWS

ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ଓବିସିଙ୍କୁ ମିଳିବ ସଂରକ୍ଷଣ !

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟରେ ପ୍ରବେଶ ଲାଗି ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗଣମାଧ୍ୟମ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଏନେଇ ଏକ ପ୍ରସ୍ତାବକୁ କେନ୍ଦ୍ରର ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ଭାରତରେ ପାଖାପାଖି ୧୨୦୦ରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ଓ ପ୍ରାୟ ୬୦୦ ନବୋଦୟ ବିଦ୍ୟାଳୟ ରହିଛି ।

ଏହାବ୍ୟତିତ ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯାଇପାରେ ବୋଲି ସୁତ୍ରରୁ ପ୍ରକାଶ ।

ଏହି ବିଦ୍ୟାଳୟ ଗୁଡିକରେ ଏଯାବତ୍ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିଲା ।

କେନ୍ଦ୍ରୀୟ ବିଦ୍ୟାଳୟର ନିୟମାନୁଯାୟୀ ନୂଆ ଆଡମିଶନ୍ ଲାଗି ୧୫ ପ୍ରତିଶତ ଏସସି ଓ ୭.୫ ପ୍ରତିଶତ ଏସଟି ବର୍ଗର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିଛି । ଏହାବ୍ୟତିତ ୩% ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ।

ତେବେ ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇନାହିଁ ।

Leave A Reply

Your email address will not be published.