ଛତିଶଗଡ: ସୋସିଆଲ ମିଡ଼ିଆରେ ସବୁଠୁ ବେଶୀ ଖାଦ୍ୟପେୟ ଉପରେ ଭିଡିଓ ଦେଖିବାକୁ ମିଳିଥାଏ । ଲୋକମାନେ କେବଳ ଫୁଡ ଏକ୍ସପେରିମେଣ୍ଟାଲ ଜିନିଷକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଫୁଡ ଏକ୍ସପେରିାମଣ୍ଟର ପ୍ରୋସେସିଂକୁ ମଧ୍ୟ ପସନ୍ଦ କରନ୍ତି । ସାଂପ୍ରତିକ ସମୟରେ, ଏପରି ଏକ ଫୁଡ ଏକ୍ସପେରିମେଣ୍ଟର ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କୁ ଥରେ ଟେଷ୍ଟ କରିବାକୁ ଇଛା ହେବ । ଏହାର ନାଁ ରହିଛି ବ୍ଲୁ ଦୋସା । ଏହି ଦୋସାର ଚାହିଦା ମଧ୍ୟ ବେଶୀ ।
ଅଧିକାଂଶ ଲୋକ ଦୋସା ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଦକ୍ଷିଣ ଭାରତରେ ଏହି ଖାଦ୍ୟ ଭାରତର କୋଣ ଅନୁକୋଣରେ ଲୋକପ୍ରିୟ । କିନ୍ତୁ କେବେ ବ୍ଲୁ ଦୋସା ବିଷୟରେ ଶୁଣିଛନ୍ତି । ନାଁ ଶୁଣି ଆଶ୍ଚର୍ଯ୍ୟରେ ପଡିଥିବେ । ଛତିଶଗଡର ରାୟପୁରରେ ଜଣେ ବ୍ୟକ୍ତି ଏପ୍ରକାର ଦୋସ ପ୍ରସ୍ତୁତ କରୁଛନ୍ତି । ଦୋସା ପ୍ରସ୍ତୁତ କରିବାର ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ହେଲେ ପ୍ରତିକ୍ରିୟାରେ ୟୁଜର୍ସମାନେ ଦୋସାର ଭିନ୍ନ ରୂପ କରିବା ପାଇଁ ଦୋକାନୀଟିକୁ ବହୁତ ଟ୍ରୋଲ କରିଛନ୍ତି । ଭାଇରାଲ ଭିଡିଓରେ, ଦୋସା ପ୍ରସ୍ତୁତକାରୀ ପ୍ରଥମେ ଦୋସାର ନୀଳ ରଙ୍ଗର ପିଠଉକୁ ପ୍ୟାନ ଉପରେ ରଖୁଛନ୍ତି । ପରେ, ଏଥିରେ ମାୟୋନିଜ, ପନିର ଏବଂ ସସ ଭଳି ଜିନିଷ ମିଶାଇ ଦୋସା ପ୍ରସ୍ତୁତ କରୁଛନ୍ତି । କିଛି ସମୟ ପରେ ବ୍ଲୁ ଦୋସା ପ୍ରସ୍ତୁତ ହୋଇଯାଉଛି ।
Comments are closed.