Latest Odisha News

BREAKING NEWS

ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର

ନୂଆଦିଲ୍ଲୀ: ନଭେମ୍ବର ୧୩ରୁ ଦିଲ୍ଲୀରେ ଲାଗୁ ହେବନି ଅଡ-ଇଭେନ ନମ୍ବର ।  ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏମିତି ସୂଚନା ଦେଇଛନ୍ତି । ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି । ଯଦି ସ୍ଥିତି ପୁଣି ଗମ୍ଭୀର ହେବ ତେବେ ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି ପରବେଶ ମନ୍ତ୍ରୀ ।

ସେ କହିଛନ୍ତି, ଦିଲ୍ଲୀରେ ୮-୧୦ ଦିନ ହେବ ସ୍ଥିତି ଗମ୍ଭୀର ଥିଲା । ପ୍ରଦୂଷଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା । ରାତିରେ ବର୍ଷା ହେବା ଯୋଗୁ ଏକ୍ୟୁଆଇ ୩୦୦କୁ ହ୍ରାସ ପାଇଥିଲା । ଏହାପରେ ଏକ୍ୟୁଆଇ ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି । ଦୀପାବଳି ପରେ ସରକାର ପ୍ରଦୂଷଣ ଉପରେ ଏକ ସମୀକ୍ଷା ବୈଠକ କରିବେ । ଏହା ପରେ ଯାହା ନିଷ୍ପତ୍ତି ନେବେ ।

ଗୋପାଳ ରାୟ କହିଛନ୍ତି, ନଭେମ୍ବର ୨୦ ତାରିଖ୍ ପର୍ଯ୍ୟନ୍ତ ଅଡ-ଇଭେନ ଲାଗୁ କରିବା ପାଇଁ ନିର୍ଣ୍ଣୟ ନିଆ ଯାଇଥିଲା । ହେଲେ ଏହାକୁ ସ୍ଥଗିତ ରଖାଯାଇଛି । ସେ କହିଛନ୍ତି,ରାତିରେ ପବନର ବେଗ ବୃଦ୍ଧି କାରଣରୁ ପରିବର୍ତ୍ତନ ଆସିଛି । ପ୍ରଦୂଷଣ ସ୍ତର ମଧ୍ୟ ହ୍ରାସ ପାଇଛି ।

Comments are closed.