Latest Odisha News

BREAKING NEWS

୨୦୨୭ ଦିନିକିଆ ବିଶ୍ୱକପ: ଏହି ୬ ପେସ ବୋଲର ଖେଳିବା ନିଶ୍ଚିତ

ନୂଆଦିଲ୍ଲୀ: ଏବେ ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଆଇପିଏଲ ୨୦୨୬ ନେଇ ବ୍ୟସ୍ତ ଅଛନ୍ତି । ୨୦୨୭ ଦିନିକିଆ ବିଶ୍ୱକପ ଟିମ ଚୟନ ପାଇଁ ଏଥର ଚୟନ କମିଟି ଆଇପିଏଲ ପ୍ରଦର୍ଶନ ଉପରେ ନଜର ରଖିବେ । ଚୟନ କମିଟି ସଦସ୍ୟମାନେ ଭିନ୍ନ ଭିନ୍ନ ସ୍ଥାନରେ ଖେଳାଳିଙ୍କ ପ୍ରଦର୍ଶନକୁ ଅନୁଧ୍ୟାନ କରିବେ । ଦିନିକିଆ ବିଶ୍ୱକପ ପାଇଁ ୨୦ଜଣ ଖେଳାଳି ପ୍ରାୟତଃ ଶର୍ଟଲିଷ୍ଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬ଜଣ ପେସ ବୋଲର ରହିଛନ୍ତି । ଦକ୍ଷିଣ ଆଫ୍ରିକା, ନାମ୍ବିଆ ଓ ଜିମ୍ବାୱେରେ ବିଶ୍ୱକପ ଖେଳାଯିବ । ଏଠାକାର ପିଚ ପେସ ବୋଲରଙ୍କୁ ସୁହାଇବ ।

ଏକ ରିପୋର୍ଟ ଅନୁସାରେ ଚୟନ କମିଟି ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ହର୍ଷିତ ରାଣାଙ୍କ ନାମ ରହିଛି । ସିରାଜ ଓ ହର୍ଷିତ ଏବେ ଆଘାତପ୍ରାପ୍ତ ଅଛନ୍ତି । ବିଶ୍ୱକପ ପାଇଁ ଯଥେଷ୍ଟ ସମୟ ଥିବାରୁ ଏମାନେ ଫିଟ ହୋଇଯାଇଥିବେ ବୋଲି ଅନୁମାନ କରାଯାଉଛି । ବିଶ୍ୱକପକୁ ଆଖି ଆଗରେ ରଖି ବିସିସିଆଇ ବୁମରାହଙ୍କ କମ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବା ପାଇଁ ପରାମର୍ଶ ଦେଇଛି । ଟି୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିବା ଈଶାନ କିଶାନ, ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ଉପରେ ବିସିସିଆଇ ନଜର ରଖିଛି ।

Leave A Reply

Your email address will not be published.