ଅହମ୍ମଦାବାଦ: ପ୍ରଶଂସକଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତରେ ଆରମ୍ଭ ହୋଇଯାଇଛି କ୍ରିକେଟ ମହାକୁମ୍ଭ । ଅକ୍ଟୋବର ୫ରୁ ଏହି କ୍ରୀଡା ଏବେ ଭାରତରେ ଏକ ଧର୍ମ ପାଲଟିଯିବ । ଜାତୀୟ ଦଳ ଚାମ୍ପିୟନ ହେବାର ସ୍ୱପ୍ନ ସମସ୍ତଙ୍କୁ ଘାରିବ । କ୍ରୋଧ, ବ୍ୟସ୍ତତା, ଉତ୍କଣ୍ଠା, ଉଲ୍ଲାସ ଓ ଶେଷରେ ପାଗଳାମୀ ଚରମ ସୀମା ଛୁଇଁବ । ଘରୋଇ ପରିବେଶରେ ଟିମ ଇଣ୍ଡିଆ କିପରି ଚାମ୍ପିୟନ ହେବ ସମସ୍ତେ ମନେ ମନେ ପ୍ରାର୍ଥନା କରୁଛନ୍ତି । ୧୯ ନଭେମ୍ବର ପରେ କିଏ ଚାମ୍ପିୟନ ହେବ, କେଉଁ ଖେଳାଳି ହୀରୋ ସାଜିବ ଆଉ କିଏ ଖଳନାୟକ ତାହା ସ୍ପଷ୍ଟ ହୋଇଯିବ । ଗୁରୁବାର ଉଦଘାଟନୀ ମୁକାବିଲା ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ।
ଉଦଘାଟନୀ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୮୩ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ଜୋ ରୁଟ ୭୭ ରନର ଚମକପ୍ରଦ ଇନିଂସ ଖେଳିଛନ୍ତି । ବିଶ୍ୱକପରେ ଭାରତ ତାର ଅଭିଯାନ ଅକ୍ଟୋବର ୮ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ । ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ।
Comments are closed.