Latest Odisha News

BREAKING NEWS

ଅଭିନେତା ମିହିର ଦାସ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

କଟକ: ଅଭିନେତା ମିହିର ଦାସ ଅସୁସ୍ଥ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ଚାଲିଛି ଚିକିତ୍ସା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୭ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିହିର ଦାସଙ୍କ ଅସୁସ୍ଥ ଖବର ଶୁଣି ଓଲିଉଡ଼ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

BjdElectrycity

ପୂର୍ବରୁ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଥିଲେ ମିହିର ଦାସ । ଗତକାଲି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି ଡ଼ାକ୍ତରୀ ଟିମ୍ । ମିହିର ଦାସ ଓଡ଼ିଆ ଫିଲ୍ମ ଜଗତରେ ଏକ ଲୋକପ୍ରିୟ ନାଁ । ଅନେକ ସୁପରହିଟ ଚଳଚ୍ଚିତ୍ରର ଭେଟି ଦେଇ ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି । ଜଣେ ନାୟକ, ଖଳନାୟକ ଓ ହାସ୍ୟ ଅଭିନେତାଭାବେ ଅନେକ ସିନେମାରେ ଅଭିନୟ କରିଛନ୍ତି ।

ମିହିର ଦାସଙ୍କ ଜନ୍ମ ମୟୁରଭଞ୍ଜ ଜିଲ୍ଲାରେ । ନିଜ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ସଫଳତା ହାସଲ କରିବା ସହ ପୁରସ୍କାର ମଧ୍ୟ ପାଇଛନ୍ତି । ସେ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଏବଂ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଅଭିନୟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ ।

Leave A Reply

Your email address will not be published.