ପୁରୀ:ଗାଁ ଶ୍ମଶାନରେ ଶେଷ ହୋଇଛି ବୀର ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ଶେଷ କୃତ୍ୟ । ପୁରୀ ଜିଲ୍ଲା ଗୋପ ବ୍ଲକ ମଲ୍ଲଗାଁରେ ତାଙ୍କର ଶେଷକୃ୍ତ୍ୟ ଏକ ଶୋକାକୂଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ସମ୍ପନ୍ନ ହୋଇଛି । ବୀର ଯବାନଙ୍କ ଶେଷ ଦର୍ଶନ ପାଇଁ ଛକ ଓ ରାସ୍ତା ଘାଟରେ ଲୋକଙ୍କ ଭିଡ ଜମିଥିଲା ।
ଗତକାଲି ତାଙ୍କର ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ସେଠାରୁ ତାଙ୍କୁ ବିଏସଏଫ କ୍ୟାମ୍ପକୁ ନିଆ ଯାଇଥିଲା । ଆଜି ତାଙ୍କର ମର ଶରୀର ଗାଁରେ ପହଞ୍ଚିବା ପରେ ଗାଁ ମଶାଣୀରେ ଅନ୍ତିମ ସଂସ୍କାର କାମ କରାଯାଇଛି
ମେଘାଳୟରେ ପ୍ରତାପ ବିଏସଏଫର ଗୁଇନ୍ଦା ବିଭାଗରେ ହାବିଲଦାର ମେଜର ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱରେ ଥିବା ଓଡ଼ଆ ଯବାନ ପ୍ରତାପ ରଞ୍ଜନ ପରିଡାଙ୍କର ସନ୍ଦେହ ଜନକ ସ୍ଥିତିରେ ମୃତ୍ୟୁ ଘଟିଛି । ଏ ନେଇ ବିଏସଏଫ ପକ୍ଷରୁ ପ୍ରତାପଙ୍କ ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା । ସେ ତୁରା କ୍ୟାମ୍ପରୁ ଘାଟକୁ ସାଇକେଲରେ ଯାଉଥିବାବେଳେ ରାସ୍ତାକଡରେ ଥିବା ଏକ କୂଅ ଭିତରେ ପଡି ଯାଇଥିଲେ । ତେବେ ପ୍ରତାପଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଲାଗି ରହିଛି ।
ପରିବାର ସଦସ୍ୟଙ୍କ ସହ ସହିଦ ଯବାନଙ୍କ ପତ୍ନୀ ସତ୍ୟଭାମା ପରିଡା ଅଭିଯୋଗ କରିଛନ୍ତି, ପ୍ରତାପଙ୍କୁ ହତ୍ୟା କରାଯାଇଛି । ସେ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ଏଠି କହିରଖିବୁ, ସହିଦ ପ୍ରତାପଙ୍କ ର ବଡ ଭାଇ ସିଆରପିଏଫରେ କାମ କରୁଥିବାବେଳେ ସାନ ଭାଇଙ୍କର ଦୁଇ ବର୍ଷ ତଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ସହଦ ପ୍ରତାପଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି ।
BREAKING NEWS
- Main Actor Nahi Hoon Release: ଚାରୋଟି ଫିଲ୍ମ ଫେଷ୍ଟିଭାଲରେ ଛାଇଲା ନୱାଜୁଦ୍ଦିନ ସିଦ୍ଦିକୀଙ୍କ ଏହି ଫିଲ୍ମ…ଏବେ ଭାରତରେ ହେବ ରିଲିଜ୍…
- District Planning Committees: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ;୪ ମନ୍ତ୍ରୀ ଓ ୨୬ ବିଧାୟକଙ୍କୁ ଦାୟିତ୍ବ
- କାହିଁକି ବୃଦ୍ଧି ପାଉଛି ରାଣୀ ମହୁମାଛି ଚୋରା ଚାଲାଣ? ଜାଣନ୍ତୁ କେତେ ରହିଛି ଏହାର ବଜାର ମୂଲ୍ୟ
- Isreal After Trump says leave War: ଯୁଦ୍ଧରେ ଆମେରିକାଠୁ ଅଲଗା ହେଲା କି ଇସ୍ରାଏଲ? ଟ୍ରମ୍ପଙ୍କ ବୟାନ ପରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା…
- PM Modi Assam Visits: ଚା ବଗିଚାରେ ହଠାତ୍ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ମହିଳାଙ୍କ ସହ ଛିଣ୍ଡାଇଲେ ଚା ପତ୍ର…
- ଭାରତରେ ପ୍ରଥମ ଥର ପାଇଁ କେବେ ଆସିଥିଲା ପେଟ୍ରୋଲ? ଜାଣନ୍ତୁ କେଉଁ ଦେଶରୁ ଆମଦାନି ହୋଇଥିଲା..
- Hydroponic Ganja: ହାଇଡ୍ରୋପୋନିକ୍ ଗଞ୍ଜେଇ କ’ଣ? କାହିଁକି ବୃଦ୍ଧି ପାଉଛି ଚୋରା ଚାଲାଣ?
- Iran War: ଶୀଘ୍ର ପଡ଼ିବ ଯୁଦ୍ଧରେ ଯବନିକା!, କହିଦେଲେ ଟ୍ରମ୍ପ…
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
Comments are closed.