Latest Odisha News

BREAKING NEWS

ଏହି ଦିନ ପରଦାକୁ ଆସିବ ‘ଚକ୍ରାନ୍ତ’;ରହସ୍ୟ, ସସପେନ୍ସ ଓ ଥ୍ରିଲରର ନୂଆ ଯାତ୍ରା…

ଭୁବନେଶ୍ବର:ଓଡ଼ିଆ ଫିଲ୍ମ ‘ଚକ୍ରାନ୍ତ’ର ଆସିଲା ନୂଆ ରିଲିଜ ଡେଟ୍ । ସୂଚନାଥାଉକି ଏହା ଚଳିତ ମାସରେ ରିଲିଜ ହେବାର ଥିଲା । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି । ‘ଚକ୍ରାନ୍ତ’ ଆସନ୍ତା ଫେବୃଆରୀର ୨୭ ରେ ମୁକ୍ତିଲାଭ କରୁଛି ବୋଲି କ୍ଯାପସନରେ ଲେଖିଛନ୍ତି ନିର୍ମାତା ।  ଆହୁରି ସେ ଲେଖିଛନ୍ତି ଆନୁଷ୍ଠାନିକ ଭାବରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି ।

 

ପୂର୍ବରୁ ଏହି ଫିଲ୍ମ ଜାନୁଆରୀ ୨୩ ରେ ରିଲିଜ ହେବାର ଥିଲା । କିନ୍ତୁ ତାହା ହୋଇପାରିନଥିଲା । ଫିଲ୍ମଟି କିଛି ସସପେନ୍ସ ନେଇ ଲଭ ରୋମାନ୍ସ କମେଡି ସହ ମନୋରଞ୍ଜନରେ ଭରପୁର ଅଟେ ।

ଫିଲ୍ମଟିରେ ଭୂମିକା ଦାଶ ଓ ସୁଭାଶିଷ ଶର୍ମା ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ । ଅନ୍ୟ କଳାକାରଙ୍କ ମଧ୍ୟରେ ଅଭିନେତା ଚୌଧୁରୀ ଜୟପ୍ରକାଶ, ହରି ମହାପାତ୍ର, ସୌମ୍ୟା ସୁମନ, ଶୁଭମ୍, ଈଶ୍ୱର ପାଢ଼ୀ ପ୍ରମୁଖ କଳାକାର ରହିଛନ୍ତି । ଏହାକୁ ପିନୁ ନାୟକ ନିର୍ଦ୍ଦେଶନା ଦେଇଥିବା ବେଳେ ସୌରଭ ପାଢ଼ୀଙ୍କ ପ୍ରଯୋଜନା କରିଛନ୍ତି । ଦିଶା ପାଢୀ ଏହାର କହାଣୀ ଲେଖିଛନ୍ତି ।

Leave A Reply

Your email address will not be published.