ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\’ । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ଓଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି ।
ଏହି ଅବସରରେ ଭୁବନେଶ୍ୱରର ସ୍ତୁତି ସିନେମା ହଲରେ ଆୟୋଜିତ ହୋଇଥିଲା ଏକ ସେଲିବ୍ରେସନ୍ ଉତ୍ସବ । ଏଥିରେ ଯୋଗ ଦେଇଥିଲେ ଓଡ଼ିଆ ସିନେମାର ମହାନ୍ କଳାକାର ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହପାତ୍ର, ସାଂସଦ ସୁଲତା ଦେଓ , ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କ୍ରିଏଟିଭ୍ ହେଡ ମୁଖ୍ୟ ପ୍ରଣୟ ଜେଠୀ , ଲାଇନ୍ ପ୍ରଡ୍ୟୁସର ଗୋପାଳ ଘଡେଇଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ତୁତି ସିନେମା ହଲ ମାଲିକ ବିଜେନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତପରିବାରର ଆଶା, ଆକାଂକ୍ଷା, ସ୍ୱପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦ୍ୱୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।
BREAKING NEWS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ବୀର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
- ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
- ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
Comments are closed.