ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\’ । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରାଇବା ସହ ଓଲିଉଡରେ ସଫଳତାର ଫର୍ଦ୍ଦ ଯୋଡ଼ିବାରେ ସମର୍ଥ ହୋଇଛି ।
ଏହି ଅବସରରେ ଭୁବନେଶ୍ୱରର ସ୍ତୁତି ସିନେମା ହଲରେ ଆୟୋଜିତ ହୋଇଥିଲା ଏକ ସେଲିବ୍ରେସନ୍ ଉତ୍ସବ । ଏଥିରେ ଯୋଗ ଦେଇଥିଲେ ଓଡ଼ିଆ ସିନେମାର ମହାନ୍ କଳାକାର ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହପାତ୍ର, ସାଂସଦ ସୁଲତା ଦେଓ , ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କ୍ରିଏଟିଭ୍ ହେଡ ମୁଖ୍ୟ ପ୍ରଣୟ ଜେଠୀ , ଲାଇନ୍ ପ୍ରଡ୍ୟୁସର ଗୋପାଳ ଘଡେଇଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକ୍ନିସିଆନ୍ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ତୁତି ସିନେମା ହଲ ମାଲିକ ବିଜେନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତପରିବାରର ଆଶା, ଆକାଂକ୍ଷା, ସ୍ୱପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରଯୋଜନା ସଂସ୍ଥା ଅମୀୟ ପଟ୍ଟନାୟକ ପ୍ରଡକ୍ଟସନ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ରୋ଼ଶନ୍ ବିଶୋଇ ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିବା ବେଳେ ଅଙ୍କେଶ ଆନନ୍ଦ ଓ ଆଶିଷ ପ୍ରଧାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଦ୍ୱୀପନ୍ୱିତ ଦାସ, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ରୋ଼ଶନ୍ ବିଶୋଇ, ଦୀପକ ଉପାଧ୍ୟାୟ, ଶୀଲା ତ୍ରିପାଠୀ, ଅବକାଶ ମିଶ୍ର, ରୂପମ୍ବିକା ନାୟକ ପ୍ରମୁଖ ଅଭିନୟ କରିଛନ୍ତି ।
BREAKING NEWS
- Hairball Removed From Stomach:ଝିଅର ପେଟରୁ ବାହାରିଲା ୭୫୦ ଗ୍ରାମ ଓଜନର କେଶ ପିଣ୍ଡୁଳା;କେଶ ଖାଇବାର ଏକ ବିରଳ ରୋଗରେ ଥିଲେ ପୀଡ଼ିତ
- ଏହି ଗାଁର ଅଧା ଗ୍ରାମବାସୀଙ୍କ କିଡ଼ନୀ ଖରାପ….ଖୁବ୍ଶୀଘ୍ର ହେବ ପାଣି ନମୁନା ସଂଗ୍ରହ
- ନେତାନ୍ୟାହୁଙ୍କୁ କ୍ଷମତାଚ୍ୟୁତ କରିବାକୁ ଏକାଠି ହେଲେ ଇସ୍ରାଏଲର ୫ ବିରୋଧୀ ନେତା; କହିଲେ- ସରକାର ଗଠନ ‘ସର୍ବୋଚ୍ଚ ପ୍ରାଥମିକତା’
- ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା;କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ, ୩ ଅଟକ
- Violence grips Bangladesh:ହିଂସାର ନିଆଁରେ ଜଳୁଛି ବାଂଲାଦେଶ;ୟୁନୁସଙ୍କ ପୈତୃକ ଘରେ ଲଗାଇଦେଲେ ନିଆଁ; ୨୮ ଜିଲ୍ଲାରେ ବୋମା ବିସ୍ଫୋରଣ
- Delhi Airport Terminal 3: ଦିଲ୍ଲୀ ବିମାନବନ୍ଦରରେ ଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ; କିଛି ସେକେଣ୍ଡ ମଧ୍ୟରେ ସନ୍ଦିଗ୍ଧକୁ କାବୁ କଲେ CISF ଯବାନ
- ମଦ ନିଶା ଛଡ଼ାଇବା ନାଁରେ ଦିଆଗଲା ‘ହର୍ବାଲ୍ ପାନୀୟ’; ମଧ୍ୟପ୍ରଦେଶରେ ୨ ମୃତ, ୫ ଗୁରୁତର, ୩ ଗିରଫ
- ବାତ୍ୟା ‘ଅକ୍ୱାନ୍’ ପାଇଁ ହାଇଆଲର୍ଟ: ସହରାଞ୍ଚଳ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ, ବିପଦ ସମୟରେ ତୁରନ୍ତ ଡାଏଲ୍ କରନ୍ତୁ ୧୯୨୯
- ଗର୍ବ ଓ ଗୌରବର ମୁହୂର୍ତ୍ତ: ଘୋଷିତ ହେଲା ରାଜ୍ୟସ୍ତରୀୟ ‘ଦେବଗିରି ସମ୍ମାନ’
- ସମ୍ଭାବ୍ୟ ବାତ୍ୟା ଅକ୍ୱାନ୍ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଫୋକସରେ ଜିରୋ କାଜୁଆଲିଟି
Comments are closed.