ଭୁବନେଶ୍ବର: ଲକ୍ଷେଶ୍ୱର ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ଓଡିଆ ଫିଲ୍ମ ‘ଚକ୍ରାନ୍ତ’ ର ଘୋଷଣା ହେଲା ଟାଇଟଲ । ଫିଲ୍ମ ଟିର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ପିନୁ ନାୟକ ଅଛନ୍ତି । ସୌରଭ ପାଢ଼ୀଙ୍କ ପ୍ରଯୋଜିତ ଫିଲ୍ମର କାହାଣୀ ରଚନା କରିଛନ୍ତି ଦିଶା ପାଢ଼ୀ ଓ ସଂଳାପ ରଚନା କରିଛନ୍ତି ଜିତେନ୍ଦ୍ର କୁମାର ବରାଳ ।
ମୁଖ୍ୟ ଭୂମିକାରେ ଶୁଭାଶିଷ ଶର୍ମା, ହରିହର ମହାପାତ୍ର , ଭୂମିକା, ଧରିତ୍ରୀ ଖଣ୍ଡୁଆଳ, ଚୌଧୁରୀ ଜୟପ୍ରକାଶ ଦାସ ନଜର ଆସିବେ ।
ରହସ୍ୟ ଓ ରୋମାନ୍ସ ସହ ସଙ୍ଘର୍ଷରେ ଭରପୁର ହୋଇଛି ଫିଲ୍ମ ‘ଚକ୍ରାନ୍ତ’ । ଫିଲ୍ମଟିରେ ପୁଅ ଓ ଝିଅର ଭବିଷ୍ୟତ ସମୟରେ ଆସୁଥିବା ସମସ୍ୟା ଓ ସମାଧାନ ବିଷୟ ସମ୍ପର୍କରେ କହିବ ଏ କାହାଣୀ । ଫ୍ୟାମିଲି ଡ୍ରାମା, ଲଭ, ରୋମାନ୍ସ, ଯୁବପିଢ଼ିଙ୍କ ସଂଘର୍ଷ ଓ ଭବିଷ୍ୟତ ସମୟର ଗତିବିଧି ଉପରେ ଆଲୋକପାତ କରାଯାଇଛି ।
ଫିଲ୍ମଟିରେ ଗାଁ ପରିବେଶ ତଥା ଆମ ମାଟିର ବାସ୍ନା ଦର୍ଶକ ପାଇବେ ବୋଲି କହିଛନ୍ତି ନିର୍ମାତା । କାହାଣୀରେ ଦୋଳ ପର୍ବକୁ ମଧ୍ୟ ଦର୍ଶାଯାଇଛି ।
Comments are closed.