Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ଆଇଏଏସ ଅଧିକାରୀ ପି କେ ମିଶ୍ର

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରୁଥିଲେ ।

ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱର ଦ୍ୱିତୀୟ ପାଳିରେ ଜୁନ ୧୨ରେ ତାଙ୍କୁ କ୍ୟାବିନେଟ ପାହ୍ୟା ପଦବୀର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ।

ଶ୍ରୀ ମିଶ୍ର ହେଉଛନ୍ତି ୧୯୭୨ ବ୍ୟାଚର ଆଇଏଏସ ଅଧିକାରୀ, ଏବଂ ଗୁଜରାଟ କ୍ୟାଡ଼ରର ବରିଷ୍ଠ ପ୍ରଶାସନିକ ଅଧିକାରୀ । ପୂର୍ବରୁ ନୃପେନ୍ଦ୍ର ମିଶ୍ର ଏହି ପଦବୀରେ ଅବସ୍ଥାପିତ ରହିଥିବା ବେଳେ ଅଗଷ୍ଟ ୩୦ ତାରିଖରୁ ତାଙ୍କୁ ପଦରୁ ଅବ୍ୟାହତି ଦିଆଯାଇଥିଲା ।

Leave A Reply

Your email address will not be published.