ଆଉ କିଛି ଦିନ ପରେ ଖୋଲା ମଞ୍ଚରେ ଅଭିନୟ କରିବେ କଳାକାର । ସେଥିପାଇଁ ଏବେ ବିଭିନ୍ନ ଯାତ୍ରାପାର୍ଟିରେ ଚାଲିଛି ରିହଲସେଲ । କଳାକାରମାନେ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ସେମାନଙ୍କର ଚେଷ୍ଟା ଚଳାଇଛନ୍ତି । ଯାତ୍ରା ଲେଖକ ଦର୍ଶକଙ୍କ ମନପସନ୍ଦ କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମଧ୍ୟ ସୁନ୍ଦର ନିର୍ଦ୍ଦେଶନା ଦେଇଛନ୍ତି । ଚଳିତବର୍ଷ ଯାତ୍ରା ଗ୍ରାଣ୍ଡ ମହଲ ଦର୍ଶକଙ୍କ ମନପସନ୍ଦ ହେଲାଭଳି ନାଟକ ତିଆରି କରିଛି । ଆଖଡାଶାଳରେ ଆଗାମୀ ବର୍ଷ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ନାଟକ ରିହଲସେଲ ସରିବା ପରେ ଆଖଡାଶାଳରେ ଶତପ୍ରତିଶତ ପରିବେଷଣ ହୋଇଛି । ସ୍ୱାମୀ ସିନ୍ଦୁରକୁ ଭରଷା ନାହିଁ ନାଟକ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା । ଜଗନ୍ନାଥ ରାଉତ ନାଟକକୁ ରଚନା କରିଥିବାବେଳେ ନର୍ଦ୍ଦେଶନା ଦେଇଛନ୍ତି ସୁବୋଧ ମିଶ୍ର । ପ୍ରେମ, ପ୍ରତାରଣା, ପ୍ରତିହିଂସାର ଏକ ନିଛକ କାହାଣୀ ଦର୍ଶକ ଏଥିରେ ଦେଖିବାକୁ ପାଇବେ । ଆଜିକାଲିର ଦୁନିଆକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛି । ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନ ପାଢୀ ଯାତ୍ରୀ ଆରମ୍ଭରୁ ଦମଦାର ଷ୍ଟାଇଲରେ ଏଣ୍ଟ୍ରି କରିଥିଲେ । ଅଭିନଙ୍କ ସମେତ ବହୁ ବରିଷ୍ଠ କଳାକାରମାନେ ଏଥିରେ ସାମିଲ ହୋଇଛନ୍ତି । ଅଧା ରାତିରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ଦମଦାର ଆଙ୍କରିଂ କରାଯାଇଥିଲା । ଏହା ସହ ମନପସନ୍ଦର ନୃତ୍ୟ ମଧ୍ୟ କଳାକାରମାନେ ପରିବେଷଣ କରିଥିଲେ । ଏହି ନାଟକ ସମସ୍ତଙ୍କ ମନକୁ ବେସ ଛୁଇଁବ ବୋଲି କଳାକାରମାନେ ଆଶାବାଦୀ ଅଛନ୍ତି । ଗୋଟିଏ ସ୍ତ୍ରୀ ପାଇଁ ସ୍ୱାମୀର ସିନ୍ଦୁର କେତେ ମୂଲ୍ୟବାନ ତାକୁ ନାଟକ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରାଯାଇଛି । ଆଜିକାଲି ଯେପରି ସ୍ୱାମୀ ଥାଉ ଥାଉ ଭୂଲ କାମ କରିବାକୁ ପଛାଉ ନାହାଁନ୍ତି ତାହା କେତେ ଖରାପ ତାହା ମଧ୍ୟ କୁହାଯାଇଛି । ବିଶେଷ କରି ସମୟର ସ୍ରୋତରେ ମଣିଷ ଯେତେବେଳେ ଭୂଲ କରିବସେ ସେ ଭୂଲକୁ ଠିକ କରିବାକୁ ବହୁତ କଷ୍ଟ କରିବାକୁ ପଡିଥାଏ । ଆଜାକାଲିର ପ୍ରେମ ଓ ପ୍ରତାରଣା କେତେ ସହଜ ଆଉ କଷ୍ଟ ତାକୁ ମଧ୍ୟ ଦର୍ଶକ ନାଟକରେ ପାଇପାରିବେ ।
BREAKING NEWS
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
- Jajpur Buddhist Tourism: ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର…
- ନବରଙ୍ଗପୁରରେ ୩୫ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
- Road Accident: ବସ ସହ ବାଇକର ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ
- ହୀରାକୁଦ ଓ ସାତକୋଶିଆ ବିକାଶ ପାଇଁ ୧୯୯ କୋଟି ମଞ୍ଜୁର
- କଟକରେ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର ସ୍ଥାପିତ କଲେ ମୁଖ୍ୟମନ୍ତ୍ରୀ
- ଅର୍ଶଦୀପଙ୍କ ନାମରେ ଯୋଡି ହୋଇଗଲା ଅଲୋଡା ରେକର୍ଡ
- ବିହାରରେ କାୟା ମେଲାଇଛି ଏଚଆଇଭି; ୪୦୦ରୁ ଉର୍ଦ୍ଧ୍ବ ପିଲା ସଂକ୍ରମିତ…
- ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ
Comments are closed.