Latest Odisha News

BREAKING NEWS

ଓଡ଼ିଆ ସୁଟର୍ ଶ୍ରୀୟଙ୍କା ଜିତିଲେ ପୁଣି ଏକ ଅନ୍ତର୍ଜାତୀୟ ରୋପ୍ୟ ପଦକ

ହାନୋଭର: ମାତ୍ର ୮ ଦିନ ମଧ୍ୟରେ ଉଦୀୟମାନ ଓଡ଼ିଆ ମହିଳା ସୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱର୍ଣ୍ଣ ସହିତ ତିନି ତିନୋଟି ପଦକ ହାସଲ କରି ଓଡ଼ିଶା ତଥା ସମଗ୍ର ଭାରତକୁ ଗୌରବାନ୍ୱିତ କରିଛନ୍ତି । ଶ୍ରୀୟଙ୍କା ଜର୍ମାନୀର ହାନୋଭରଠାରେ ଚାଲିଥିବା ଏଚ ଏଣ୍ଡ ଏନ କପ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାର ୧୦ ମିଟର୍ ମହିଳା ଏୟାର୍ ରାଇଫଲ୍ ବ୍ୟକ୍ତିଗତ ବିଭାଗରେ ୨ୟ ସ୍ଥାନ ହାସଲ କରି ଏକ ରୌପ୍ୟ ପଦକ ଜିତିପାରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଚେକ୍ ଗଣରାଜ୍ୟର ପ୍ଲାଜେନଠାରେ ଅନୁଷ୍ଠିତ ହୋଇଥିବା ୫୦ ତମ ଲିବେରେସନ ସୁଟିଂ ପ୍ରତିଯୋଗିତାରେ ଓଡ଼ିଶାର ସୁଟର୍ ଶ୍ରୀୟଙ୍କା ମିକ୍ସଡ଼ ଡ଼ବଲ୍ସ ବିଭାଗରେ ଭାରତର ଷ୍ଟାର୍ ସୁଟର୍ ଗଗନ ନାରଙ୍ଗଙ୍କ ସହ ମିଶି ଏକ ସ୍ୱର୍ଣ୍ଣ ପଦକ ହାସଲ କରିପାରିଥିଲେ ।

ଏଠାରେ ମଧ୍ୟ ଶ୍ରୀୟଙ୍କା ୫୦ ମିଟର ବିଭାଗରେ ଏକ ରୌପ୍ୟ ପଦକ ଜିତି ପାରିଛନ୍ତି ।

Comments are closed.