Latest Odisha News

ସାଇବର ଥାନାରେ କଣ୍ଠଶିଳ୍ପୀ ପମି, ମ୍ୟୁଜିକ ଚୋରି ଅଭିଯୋଗ

ଭୁବନେଶ୍ୱର: ବିଶିଷ୍ଟ ଓଡିଆ ଗାୟକ ପମି ମିଶ୍ର ଭୁବନେଶ୍ୱରର ସାଇବର ଥାନାରେ ଏକ ମ୍ୟୁଜିକ୍ ପ୍ରଡକ୍ସନ୍ ହାଉସ ବିରୋଧରେ ଅଭିଯୋଗ କରିଛନ୍ତି।

ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଡକ୍ସନ୍ ହାଉସ୍ ତାଙ୍କର ୧୪ ବର୍ଷ ତଳର ପୁରୁଣା ଗୀତକୁ ନିଜର କହି ଆର୍ଥିକ ଲାଭ କରୁଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପରେ ସେ ସାଇ ସାଗର କ୍ରିଏସନ୍ ଏବଂ ପବିତ୍ରା ଏଣ୍ଟରଟେନମେଣ୍ଟ ବିରୋଧରେ ଗୀତ ଚୋରି ମାମଲା ଦାୟର କରିଛନ୍ତି।

ବିନା କୌଣସି ରାଇଟ୍ସରେ ସୋସିଆଲ ମିଡିଆରୁ ଗୀତ ଡାଉନଲୋଡ୍ କରି ପ୍ରଡକ୍ସନ୍ ହାଉସର ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ୍ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

Comments are closed.