ଜାକର୍ତ୍ତା : ଓଡ଼ିଆ ଝିଅ ଦୂତି ଚାନ୍ଦ ଏସୀୟ କ୍ରୀଡ଼ା ମହିଳା ୧୦୦ ମିଟର ଫାଇନାଲରେ ପହଞ୍ଚିଛନ୍ତି ।
ଦୂତି ଆଜି ଦୌଡ଼ିଥିବା ସେମିଫାଇନାଲରେ ୧୧.୪୩ ସେକେଣ୍ଡରେ ୧୦୦ ମିଟରକୁ ଅତିକ୍ରମ କରିଛନ୍ତି । ତେବେ ଶନିବାରଦିନ ହିଟ୍ସରେ ୧୧.୩୮ ସେକେଣ୍ଡରେ ଶେଷ କରିଥିଲେ ଦୂତି ।
ଆଜି ରାତି ୭:୪୦ ମିନିଟରେ ଫାଇନାଲ ଦୌଡ଼ ଅନୁଷ୍ଠିତ ହେବ । ଦୂତିକୁ ଓଡ଼ିଶାର କ୍ରିଡ଼ାପ୍ରେମୀମାନେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ।
ତେବେ ୪୦୦ ମିଟର ଦୌଡ଼ରେ ଭାରତୀୟ ସ୍ପ୍ରିଣ୍ଟର୍ ହିମା ଦାସ ରୌପ୍ୟ ପଦକ ହାସଲ କରିଛନ୍ତି । ବାହାରିନ ପ୍ରତିଦ୍ୱନ୍ଦୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କାଜାକାସ୍ତାନର ସ୍ପ୍ରିଣ୍ଟର୍ ଏଲିନା ମିଖିନାଙ୍କୁ ବ୍ରୋଞ୍ଜ ପଦକ ମିଳିଛି ।