Latest Odisha News

ଓଡ଼ିଆ ଟେଲି ଅଭିନେତା ଚିନ୍ମୟ ମିଶ୍ରଙ୍କୁ କରୋନା

ଭୁବନେଶ୍ୱର: ଓଡିଆ ଟେଲି ସିରିଏଲ “ତୋ ପାଇଁ ମୁଁ”ର ଅଭିନେତା ଚିନ୍ମୟ ମିଶ୍ର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏନେଇ ସୋମବାର ଦିନ ଟ୍ବିଟ୍ ଜରିଆରେ ଅଭିନେତା ଜଣକ ଜଣାଇଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି‌ ଏବଂ ଗାଇଡ ଲାଇନ ଅନୁଯାୟୀ ହୋମ୍ ଆଇସୋଲେସନ୍ ରେ ଅଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ମାସ୍କ ପିନ୍ଧନ୍ତୁ, ସୁରକ୍ଷିତ ରୁହନ୍ତୁ।”

Comments are closed.