Latest Odisha News

BREAKING NEWS

ପୁରୀ ଲାଗି ‘ସ୍ୱତନ୍ତ୍ର ପର୍ଯ୍ୟଟନ ପ୍ୟାକେଜ୍’ !

ଭୁବନେଶ୍ୱର/ପୁରୀ : ଓଡିଶାର ୨ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଦୁହେଁ ଶନିବାର ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଗସ୍ତରେ ଆସିଥିଲେ । ପରେ ବାତ୍ୟାରେ ପ୍ରଭାବିତ ପୁରୀ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ବୋଲି ସେ ପ୍ରକାଶ କରିଛନ୍ତି ।

ଏହି ଗସ୍ତ ଅବସରରେ ୨ କେନ୍ଦ୍ରମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ସହ ବିଭିନ୍ନ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ସ୍ୱତନ୍ତ୍ର ପ୍ୟାକେଜ ବ୍ୟତିତ ଧର୍ମେନ୍ଦ୍ର କହିଛନ୍ତି, ପୁରୀର ବାତ୍ୟା ପ୍ରପୀଡିତ ଅଞ୍ଚଳଗୁଡିକ ଲାଗି ଆର୍ଥୀକ ସହାୟତା ଯୋଗାଇଦେବେ । ଏହି ସହାୟତା ବଳରେ ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ୱାସ୍ଥ୍ୟ ସେବା ତଥା ବିଭିନ୍ନ ଜରୁରୀ ସେବା ଗୁଡିକର ପୁନରୁଥାନ୍ ଲାଗି ତଥା କମ୍ ସୁଧରେ ଋଣ ଯୋଗାଇ ଦେବାକୁ କେନ୍ଦ୍ର ସରକାରକୁ ଅବଗତ କରାଇବେ ।

ସେ ଆହୁରି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଦ୍ରା ଋଣ ଯୋଜନାର ସଦୂପଯୋଗ କରି ଏଠାକାର ବାତ୍ୟା ପ୍ରପୀଡିତ ଅଞ୍ଚଳ ମାନଙ୍କରେ ଅର୍ଥ ବିନିଯୋଗ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ପୁରୀରେ ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ଆର୍ଥୀକ ସହାୟତା ପ୍ରଦାନକୁ ଗୁରୁତ୍ୱ ଦେଇ ନୂଆ ଯୋଜନା ଗୁଡିକର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.