ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବ୍ଲୁମବରି ଦ୍ୱାରା ପ୍ରକାଶିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜୀବନୀ ଉପରେ ଲିଖିତ ‘ଅମିତ୍ ଶାହା ଓ ବିଜେପିର ଯାତ୍ରା’ ପୁସ୍ତକର ଓଡ଼ିଆ ସଂସ୍କରଣ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଉନ୍ମୋଚିତ ହୋଇଯାଇଛି ।
ଏହି ଉନ୍ମୋଚନ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି , ଦୈନିକ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ବରିଷ୍ଟ ସାମ୍ବାଦିକ ତଥା ପୂର୍ବତନ ସାଂସଦ ସ୍ୱପନ ଦାସଗୁପ୍ତା, ଅରିନ୍ଦମ ଗାଙ୍ଗୁଲି ଏବଂ ଶିବାନନ୍ଦ ଗାଙ୍ଗୁଲି ପ୍ରମୁଖ ଯୋଗ ଦେଇଥିଲେ । ଜଣେ ସାଧାରଣ ବ୍ୟକ୍ତିରୁ ସବୁଠାରୁ ବଡ ରାଜନୈତିକ ଦଳର ସଭାପତି ପର୍ଯ୍ୟନ୍ତ ସଫଳଯାତ୍ରାର କାହାଣୀ ବିଷୟରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି ।
ଅମିତଙ୍କ ଶାହାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିର ସ୍ଥିତିକୁ ଦୃଢ଼ କରିଛି ଏବଂ ଭବିଷ୍ୟତରେ ଆହୁରି ସୁଦୃଢ଼ ହେବାକୁ ଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ରାଜନୈତିକ ଦଳମାନେ ସବୁବେଳେ ଶୀର୍ଷରେ ରହିବାକୁ ଚାହାଁନ୍ତି ବୋଲି ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ ତାଙ୍କର ଅଭିଭାଷଣରେ କହିଥିଲେ । ଏହି ଉନ୍ମୋଚନ ଉତ୍ସବରେ ବହୁ ଲେଖକ, ବୁଦ୍ଧିଜୀବୀ ଏବଂ ରାଜନୈତିଜ୍ଞ ଯୋଗ ଦେଇଥିଲେ ।
Comments are closed.