Latest Odisha News

BREAKING NEWS

ଓଡ଼ିଆ ମହିଳାଙ୍କୁ ଦିଲ୍ଲୀରେ ଦୁଷ୍କର୍ମ ଘଟଣା: ଭଲ ଅଛି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ଵର: ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଦୁଷ୍କର୍ମ ପରେ ଯୁବତୀଙ୍କୁ ରାସ୍ତାରେ ଦୁର୍ବୃତ୍ତମାନେ ଫିଙ୍ଗି ଚାଲିଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଛି ପୋଲିସ । ଏବେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଭଲ ଥିବା ନେଇ ସୂଚନା ମିଳିଛି।

ସେପଟେ ଉକ୍ତ ମାମଲାରେ ସବିଶେଷ ସୂଚନା ଦେଇଛନ୍ତି ଆବାସିକ କମିଶନର୍‌ । ପୀଡ଼ିତାଙ୍କ ସହ ଯୋଗାଯୋଗରେ ରହିଥିବା କଥା କହିଛନ୍ତି କମିଶନର୍‌ ବିଶାଲ ବଗନ୍‌ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସହଯୋଗ ପାଇଁ ପୀଡ଼ିତାଙ୍କ ପାଖରେ ଆବାସିକ କମିଶନ ଅଫିସର ଅଛନ୍ତି । ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲେ ଏବେ ସେମାନେ ଆସୁଛନ୍ତି । ପୀଡ଼ିତାଙ୍କ ଭାଇ ଓ ପରିବାର ଲୋକ ଟ୍ରେନ୍‌ ଯୋଗେ ଦିଲ୍ଲୀ ଆସୁଛନ୍ତି । ପୀଡ଼ିତା ଜଣଙ୍କ ଏବେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କହିଛନ୍ତି ବିଶାଲ ବଗନ୍ ।

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଜଣେ ୩୪ ବର୍ଷୀୟ ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ କରାଯାଇଥିବା ନେଇ ସୂଚନା ମିଳିଥିଲା । ଦୁଷ୍କର୍ମ ପରେ ତାଙ୍କୁ ସରାଇ କାଲେ ଖାନ ଅଞ୍ଚଳରେ ଫିଙ୍ଗି ଦେଇ ଚାଲିଯାଇଥିଲେ ଦୁର୍ବୃତ୍ତ । ରାସ୍ତା କଡ଼ରୁ ପୋଲିସ୍‌ ତାଙ୍କୁ ଅର୍ଦ୍ଧ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରିଥିଲା ।

Leave A Reply

Your email address will not be published.