ବ୍ରହ୍ମପୁର:ଉତ୍କଳ ଆସୋସିଏସନ୍ ମାଡ୍ରାସ ତରଫରୁ ଚେନ୍ନାଇ ସ୍ଥିତ ଓଡ଼ିଶା ଭବନଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ଯୋଗୁ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ। ନବୀନ ବାବୁଙ୍କ କାର୍ଯ୍ୟକଳାପ ଯୋଗୁ ଆଜି ସାରା ବିଶ୍ବରେ ଓଡ଼ିଆଙ୍କୁ ପରିଚୟ ମିଳିପାରିଛି ବୋଲି ସେ କହିଛନ୍ତି। ଉତ୍କଳ ଆସୋସିଏସନ୍ ମାଡ଼୍ରାସର ସଭାପତି ପବିତ୍ର ମୋହନ ମାଝୀ ଯୋଗଦେଇ କହିଥିଲେ ଯେ, ଚେନ୍ନାଇରେ ଓଡ଼ିଆ ଭବନ ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ରହିଥିଲା। ଏହାକୁ ପ୍ରତିଷ୍ଠା କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି। ସେ ସର୍ବଦା ପ୍ରବାସୀ ଓଡ଼ିଆଙ୍କ କଥା ଚିନ୍ତା କରିଥାନ୍ତି ବୋଲି ସଭାପତି ମାଝୀ କହିଥିଲେ। ସମ୍ପାଦକ ପ୍ରଭାସ ପତି କୋଭିଡ଼ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସହାୟତା ପ୍ରଦାନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବହୁ ପ୍ରବାସୀ ଓଡ଼ିଆ ଯୋଗଦେଇ ବିଶାଳ କେକ୍ କାଟିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
BREAKING NEWS
- ପୁଣି ୩ ଶହ କୁକୁରଙ୍କୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା
- NonVeg Sales: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ
- Gaurav Samman: ଶୁଭାଂଶୁ ଶୁକ୍ଲାଙ୍କୁ ମିଳିବ ଉତ୍ତରପ୍ରଦେଶ ଗୌରବ ସମ୍ମାନ, ଦିଆଯିବ ୧୧ ଲକ୍ଷ ନଗଦ ପୁରସ୍କାର
- Weather Update: ରାଜ୍ୟରେ ବଢୁଛି ପାରଦ, କମୁଛି ଶୀତ: ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
- Suicide Blast: ବିବାହ ଉତ୍ସବରେ ଆତ୍ମଘାତୀ ବିସ୍ଫୋରଣ: ଆତଙ୍କବାଦୀ ନୁର ଆଲାମଙ୍କ ସମେତ ୫ ମୃତ
- ରାଜଧାନୀରେ ବୁଲିଲା ଖଣ୍ଡା, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ
- Naxals Killed: ସରଣ୍ଡାରେ ଜଙ୍ଗଲରେ ଜୋରଦାର ସର୍ଚ୍ଚ ଅପରେସନ୍: ଟଳିଲେ ୧୭ ନକ୍ସଲ
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ
- ଜାତିସଂଘ ଉପରେ ବିଶ୍ୱାସ ଅଛି, ଟ୍ରମ୍ପଙ୍କ ଶାନ୍ତି ବୋର୍ଡ ଦରକାର ନାହିଁ: ସ୍ପେନ
- ରାଉରକେଲା ବିମାନ ଦୁର୍ଘଟଣା: ପାଇଲଟ ତରୁଣ ଶ୍ରୀବାସ୍ତବ ସୁସ୍ଥ ହୋଇ ଫେରିଲେ
Comments are closed.