Latest Odisha News

BREAKING NEWS

ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୟୁଏଇକୁ ହରାଇଲା ନେଦରଲାଣ୍ଡ

ଗିଲୋଙ୍ଗ: ଟି୨୦ ବିଶ୍ୱକପର ରବିବାର ଅନୁଷ୍ଠିତ କ୍ୱାଲିଫାଇଂ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ ୟୁଏଇକୁ ୩ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ଶେଷ ଓଭର ଯାଁଏ ଯାଇଥିଲା । ଟସ ଜିତି ୟୁଏଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୧୧ରନ ସଂଗ୍ରହ କରିଥିଲା । ମହମ୍ମଦ ୱାସିମ ଦଳ ପକ୍ଷରୁ ସର୍ବାଧିକ ୪୧ ରନ କରିଥିଲେ । ବାସ ଡେ ଲିଡେ ୩ଟି ୱିକେଟ ଅକ୍ତିଆର କରିଥିଲେ । ୧୧୨ ରନର ବିଜୟ ଲକ୍ଷ୍ୟକୁ ୧୯.୫ ଓଭରରେ ୭ ୱିକେଟ ହରାଇ ନେଦରଲାଣ୍ଡ ହାସଲ କରି ନେଇଥିଲା । ଦଳ ପକ୍ଷରୁ ମ୍ୟାକ୍ସ ଓ ଡାଉଡ ସର୍ବାଧିକ ୨୩ ରନ କରିଥିଲେ । କଲିନ ଅକରମାନ ୧୭ ଓ ଅଧିନାୟକ ସ୍କଟ ଏଡୱାର୍ଡସ ୧୬ ରନର ଅପରାଜିତ ଇନିଂସ ଖେଳିଥିଲେ । ଜୁନୈଦ ସିଦ୍ଦିକ ୟୁଏଇ ପକ୍ଷରୁ ୩ଟି ୱିକେଟ ନେଇଥିଲେ ।

ଆଉ ୨ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରି ନେଦରଲାଣ୍ଡ ସୁପର ୧୨ରେ ପ୍ରବେଶ କରିବାକୁ ଚାହିଁବ । ବାସ ଡି ଲିଡେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜି ଅନୁଷ୍ଠିତ ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ହରାଇ ନାମ୍ବିଆ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି ।

Leave A Reply

Your email address will not be published.