ଭୁବନେଶ୍ୱର: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏର ଏକ ମୁକାବିଲାରେ ପୂନର୍ବାର ଓଡିଶା ବ୍ୟାଟ୍ସମ୍ୟାନମାନେ ନିରାଶ କରିଛନ୍ତି । ତାମିଲନାଡୁର ପ୍ରଥମ ଇନିଂସ ସ୍କୋର ୨୮୬ ରନ ଜବାବରେ ଓଡିଶା ୧୪୮ ରନ କରି ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ତାମିଲନାଡୁ ୧ ୱିକେଟ ହରାଇ ୨୬ ରନ କରିବା ସହ ଓଭରାଲ ୧୬୪ ରନର ଅଗ୍ରଣୀ ହାସଲ କରିନେଇଛି । ଓଡିଶା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନୀଲ ପରିଡା ୫୬ ଓ ସମ୍ବିତ ବରାଳ ୩୬ ରନ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦେବବ୍ରତ ପ୍ରଧାନ (୧୫) ଓ ଶୁଭ୍ରାଂଶୁ ସେନାପତି (୧୨)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
ତାମିଲନାଡୁ ପକ୍ଷରୁ ସୋନୁ ଯାଦବ ସର୍ବାଧିକ ୫ଟି ୱିକେଟ ନେଇଥିଲେ । ତ୍ରିଲୋକ ନାଗ ଓ ପି.ବିଦ୍ୟୁତ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଅଥୀଶ ଏସଆର ଓ ବିଦ୍ୟୁତ ଯଥାକ୍ରମେ ୧୨ ଓ ୭ ରନ କରି ଅପରାଜିତ ରହିଛନ୍ତି । ପୂର୍ବରୁ ତାମିଲନାଡୁ ପ୍ରଥମ ଇନିଂସରେ ୨୮୬ ରନ କରିଥିଲା । ଓଡିଶାର ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ୩ଟି ଲେଖାଏଁ ୱିକେଟ ନେଇଥିଲେ ।