Latest Odisha News

BREAKING NEWS

ଖୋଜା ଚାଲିଛି ଓଡିଶାର ୫ମ କରୋନା ରୋଗୀଙ୍କ ଯାତ୍ରା ଇତିହାସ

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କୋଭିଡ-୧୯ ରୋଗୀଙ୍କ ଯାତ୍ରା ଇତିହାସ ତଥା ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଓଡିଶା ସରକାର ଅନୁସନ୍ଧାନ କରୁଛନ୍ତି।

BjdElectrycity

ଡାକ୍ତରୀ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶକ ଡ. ସି ବି କେ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିବା ପଞ୍ଚମ ରୋଗୀଙ୍କ ସମ୍ପର୍କରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜିବା ପାଇଁ ଗଠିତ ଏକ ଟିମ୍ କାର୍ଯ୍ୟ କରୁଛି।

ଏହାବ୍ୟତିତ ତାଙ୍କର ପରିବାର ସଦସ୍ୟଙ୍କ ମଧ୍ୟରୁ କେତେକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ସୂତ୍ରରୁ ପ୍ରକାଶ ।

ସ୍ଥାନୀୟ ସୂର୍ଯ୍ୟ ନଗରର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଗତ ବୁଧବାର ସନ୍ଧ୍ୟାରେ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏକ ଟ୍ୱିଟ କରି ସ୍ପଷ୍ଟ କରିଥିଲେ । ଯାହାଫଳରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଞ୍ଚକୁ ଛୁଇଁଥିଲା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଡିସଚାର୍ଜ ହୋଇଛନ୍ତି।

ଆହୁରି ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରକାଶିତ ସର୍ବଶେଷ ଆକଳନ ଅନୁଯାୟୀ, ଗତ ବୁଧବାର ୨୯୦ ସମେତ ୯୦୦ ଜଣଙ୍କୁ ଓଡ଼ିଶାରେ ପରୀକ୍ଷା କରାଯାଇଥିଲା।

Leave A Reply

Your email address will not be published.