Latest Odisha News

BREAKING NEWS

ପ୍ରଫେସର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦର ସଦସ୍ୟ ମନୋନୀତ

କଟକ: ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଭୂଗୋଳ ବିଭାଗର ପ୍ରଫେସର ତଥା ମୁଖ୍ୟ ଡକ୍ଟର ଶିବବ୍ରତ ଦାସ ବିଶ୍ୱଭାରତୀ ସଂସଦ (କୋର୍ଟ)ର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।

ବିଶ୍ୱଭାରତୀର ପରିଦର୍ଶକ (ଭିଜିଟର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିବର୍ଷ ପାଇଁ ପ୍ରଫେସର ଦାସଙ୍କୁ ମନୋନୀତ କରିଛନ୍ତି।ପ୍ରଫେସର ଦାସଙ୍କ ରଚିତ ୪୦ଟି ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତିକ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ତାଙ୍କ ଅଧୀନରେ ଗବେଷଣା କରି ଚାରିଜଣ ସ୍କଲାର ‘ଡକ୍ଟରେଟ’ ଲାଭ କରିଛନ୍ତି।

ପ୍ରଫେସର ଦାସ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖାର ରାଜ୍ୟ ସଭାପତି ଅଛନ୍ତି।

 

Comments are closed.