Latest Odisha News

BREAKING NEWS

ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲା: ଓଡିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ

କଟକ: ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ଓଡିଶା ଡିଜିପିଙ୍କୁ ନୋଟିସ ପଠାଇଛନ୍ତି । ଚଳିତ ମାସ କେନ୍ଦ୍ରାପଡା ଜିଲ୍ଲାରେ ଜଣେ ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା ।

ଫେବୃଆରୀ ୧ ତାରିଖରେ ମର୍ଶାଘାଇ ଅନ୍ତର୍ଗତ ବେରୁଆନ୍ ଗ୍ରାମର ରାସ୍ତାକଡରେ ଆରଟିଆଇ କାର୍ଯ୍ୟକର୍ତ୍ତା ରଂଜନ କୁମାର ଦାସ(୩୫)ଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଓକିଲ ଓ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ସହ ଏକ ପିଟିସନ୍ ଦାଖଲ କରିଥିଲେ ।

ପିଟିସନ ଦାଖଲ କର୍ତ୍ତାଙ୍କ ଅଭିଯୋଗ ଅନୁସାରେ, ରଂଜନ କୁମାର ଦାସଙ୍କୁ ବେଆଇନ ଇଟା ଭାଟି ଓ ଅନ୍ୟ ବେଆଇନ କାର୍ଯ୍ୟ ଉପରେ ସୂଚନା ଦେବାକୁ ନେଇ ବାରମ୍ବାର ଧମକ ମିଳୁଥିଲା । କିନ୍ତୁ ଏହା ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ।

ଋାଧାନାଥ ତ୍ରିପାଠୀ ପିଟିସନରେ ଉଲ୍ଲେଖ କରିଛନ୍ତି କି, ମହାକାଳପଡାର ଜଣେ ନିର୍ବାସୀ ଚିଙ୍ଗୁଡଶ ଚାଷ କରିବା ପାଇଁ ୧,୧୦୦ ଏକର ସରକାରୀ ଜମିର ଅଧିଗ୍ରହଣ ବିରୁଦ୍ଧରେ ଓଡିଶା ଲୋକାଯୁକ୍ତଙ୍କ ଠାରେ ଅଭିଯୋଗ ଦାଖଲ କରିଥିଲେ । ଉଦ୍ଦେଶ୍ୟ ମୂଳକ ଭାବେ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି ।

ପିଟିସନ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏନଏଚଆରସି ଡିଜିପିଙ୍କୁ ନୋଟିସ ଜାରି କରିଛନ୍ତି ଓ ଦୁଇ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କହିଛନ୍ତି ।

Leave A Reply

Your email address will not be published.