କଟକ: ଓଲିଉଡର ଚର୍ଚ୍ଚିତ ଯୋଡି ତଥା ଅଭିନେତାରୁ ସାଂସଦ ପାଲଟିଥିବା ଅନୁଭବ ଓ ତାଙ୍କ ପତ୍ନୀ ବର୍ଷାଙ୍କୁ ନେଇ ପୁଣି ଏକ ଖବର ସାମ୍ନାକୁ ଆସିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଅନୁଭବଙ୍କ ମା’ ପୁରୀଘାଟ ଥାନାରେ ବର୍ଷାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ସ୍ଥିତ ନନ୍ଦିସାହି ଘରର ମରାମତି କାର୍ଯ୍ୟ ପାଇଁ ବର୍ଷାଙ୍କୁ ଘର ଛାଡିବାକୁ ପଡିବ ।
ଅଧିକ ପଢନ୍ତୁ- ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ
ଆହୁରି ମଧ୍ୟ ୧୦ ଦିନ ପାଇଁ ଘର ଖାଲି କରିବାକୁ ବର୍ଷାଙ୍କୁ କୁହାଯାଉଥିଲେ ମଧ୍ୟ ସେ ଘର ଛାଡୁ ନାହାଁନ୍ତି । ସେ ଘର ଖାଲି କଲେ ମରାମତି କାର୍ଯ୍ୟ ହୋଇପାରିବ ବୋଲି ଅନୁଭବଙ୍କ ମା’ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ- ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ
Comments are closed.