Latest Odisha News

BREAKING NEWS

କୋଟିଆରେ ଖୋଲିଲା ଆଦର୍ଶ ବିଦ୍ୟାଳୟ: ମାଗଣା ବସରେ ପିଲା ଗଲେ ସ୍କୁଲ

59 ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି

ଭୁବନେଶ୍ୱର: କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଟିଆରେ ଆରମ୍ଭ ହୋଇଛି ଓଡିଶା ଆଦର୍ଶ ବିଦ୍ୟାଲୟ । କୋଟିଆ ଗ୍ରାମପଂଚାୟତରେ ଖୋଲିଛି ଏହି ଆଦର୍ଶ ବିଦ୍ୟାଳୟ ।

59 ଜଣ ଛାତ୍ରଛାତ୍ରୀ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଛନ୍ତି ।  ପାଠପଢ଼ା ମଧ୍ୟ ଆରମ୍ଭ ହୋଇଛି ।   ହଷ୍ଟେଲ ସହ ସମସ୍ତ ସୁବିଧା  ଛାତ୍ର ଛାତ୍ରୀଙ୍କୁ ଏଠାରେ ଯୋଗାଇ ଦିଆଯାଇଛି ।  ସିବିଏଇ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଏଠାରେ ଶିକ୍ଷା ମିଳିପାରିବ ।  ଛାତ୍ରଛାତ୍ରୀମାନେ ମାଗଣା ବସରେ ସ୍କୁଲ ଆସିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଆଦର୍ଶ ବିଦ୍ୟାଳୟ କୋଟିଆର ଲୋକଙ୍କ ପାଇଁ ନୂତନ ଆଶା ଏବଂ ଆକାଂକ୍ଷା ଆଣିଛି  । ଏହି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବ ।  ଏଠାକାର ବାସିନ୍ଦାଙ୍କ ସହ  ବୁଦ୍ଧିଜୀବୀମାନେ ଏଥିପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  ଏଠାରେ ସୂଚନାଯୋଗ୍ୟ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର ଚଳିତ ବର୍ଷ ଏପ୍ରିଲ୍ ରେ କୋଟିଆ ଗସ୍ତ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ  ନିର୍ମାଣର ଅଗ୍ରଗତି ସମୀକ୍ଷା କରିଥିଲେ ଏବଂ ଏହାର କାର୍ଯ୍ୟ ଶେଷ ହେବା ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ। ସୀମାକୁ ନେଇ ପଡ଼ୋଶୀ ଆନ୍ଧ୍ର ସହ ବିବାଦ ଲାଗି ରହିଥିବା ବେଳେ ରାଜ୍ୟ ସରକାର ଏହି ଅଂଚଳର ବିକାଶ ପାଇଁ ଅନେକ ଯୋଜନା ଚାଲୁ ରଖିଛନ୍ତି ।  କୋଟିଆ ପଞ୍ଚାୟତରେ ପ୍ରଥମ ଥର ପାଇଁ ପ୍ରତିଷ୍ଠା ହୋଇଛି ଏହି ଆଦର୍ଶ ବିଦ୍ୟାଳୟ  ।

Leave A Reply

Your email address will not be published.