କେନ୍ଦୁଝର: କେନ୍ଦୁଝରସ୍ଥିତ ଡିଏନ୍ ହାଇସ୍କୁଲରେ ଆୟୋଜିତ ୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ୨୦୨୫-୨୬ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ଆଥଲେଟ୍ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି।
୬ରୁ ୮ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ୧୭ ବର୍ଷରୁ କମ୍ ବୟସ ବର୍ଗ ଏବଂ ୮ ରୁ ୧୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ୧୪ ବର୍ଷରୁ କମ୍ ବୟସ ବର୍ଗର ମ୍ୟାଚଗୁଡ଼ିକ ଅନୁଷ୍ଠିତ ହୋଇଥିବାବେଳେ ଏହି ଚାମ୍ପିଅନସିପରେ ପ୍ରତିଯୋଗୀମାନେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଥିଲେ। ପୁରୀର ବାଳକ ଦଳ ୧୭ ବର୍ଷରୁ କମ୍ ବୟସ ବର୍ଗରେ ଚାମ୍ପିୟନ ହୋଇଥିବା ବେଳେ ଏଚପିସି ଆଥଲେଟ୍ ଶୁଭମ୍ ବିଶ୍ୱାଳ, ସୁନୀଲ ନାୟକ ଏବଂ ସୌରଭ ନାୟକ ସେମାନଙ୍କ ଦଳର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭୁବନେଶ୍ୱର ବାଳିକା ଦଳ ମଧ୍ୟ ଏଚପିସି ଖେଳାଳି ଲିସାରାଣୀ ରାଇତା, ଶୁଭାଶ୍ରୀ ମଲ୍ଲିକ, ରକ୍ତିମା ଭଣ୍ଡା ଓ ଚିନ୍ମୟୀ ପ୍ରଧାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ବଳରେ ୧୭ ବର୍ଷରୁ କମ୍ ବୟସ ବର୍ଗରେ ଟାଇଟଲ ହାସଲ କରିଛି।
୧୪ ବର୍ଷରୁ କମ୍ ବୟସ ବାଳକ ବର୍ଗରେ ପୁରୀର ବାଳକ ଦଳ ଚାମ୍ପିୟନ୍ ହୋଇଥିବାବେଳେ ଏଚପିସିର ଯୁବ ପ୍ରତିଭା ଆଦିତ୍ୟ ଦାସ ଓ ଶୁଭମ ଦଲାଇଙ୍କ ଏଥିରେ ପ୍ରମୁଖ ଯୋଗଦାନ ରହିଥିଲା।
୧୭ ବର୍ଷରୁ କମ୍ ବୟସ ବାଳକ ବର୍ଗରେ ଶୁଭମ ବିଶ୍ୱାଳ, ସୁନୀଲ ନାଏକ, ସୌରଭ ନାୟକ, ସମୀକ୍ଷା ବିଶ୍ୱାଳ, ରାମଲାଲ ବିରୁଆ, ବିଜୟ ଟୁଇକା ଏବଂ ୧୭ ବର୍ଷରୁ କମ୍ ବୟସ ବାଳିକା ବର୍ଗରେ ଲିସାରାଣୀ ରାଇତା, ଶୁଭଶ୍ରୀ ମଲ୍ଲିକ, ରକ୍ତିମା ଭଣ୍ଡା, ଚିନ୍ମୟୀ ପ୍ରଧାନ, ଜି. ନନ୍ଦିନୀ, ଭାଗ୍ୟଶ୍ରୀ ନାୟକ, ଟେଫ୍ରାନସିସ୍ ରାଣା, ଲିପିନା ନାଥ ଏବଂ ୧୪ ବର୍ଷରୁ କମ୍ ବା ବୟସ ଳକ ବର୍ଗରେ ଆଦିତ୍ୟ ଦାସ ଏବଂ ଶୁଭମ ଦଲାଇଙ୍କୁ ମିଶାଇ ଏଚପିସିର ମୋଟ ୧୬ ଜଣ ଆଥଲେଟ ଓଡ଼ିଶା ଦଳର ପ୍ରତିନିଧିତ୍ଵ କରିଥିଲେ। ଏହି ଆଥଲେଟମାନେ ଉନ୍ନତମାନର ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ମ୍ୟାଚ୍ ପ୍ରସ୍ତୁତି ପର୍ଯ୍ୟନ୍ତ ସହାୟତା ପାଇଁ ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ହାଇ ପରଫର୍ମାନ୍ସ ସେଣ୍ଟରକୁ ପ୍ରଶଂସା କରିଥିଲେ, ଯାହା ସେମାନଙ୍କ ଖେଳକୁ ଆହୁରି ଅଧିକ ଉନ୍ନତ କରିପାରିଛି।
ଏଏମ୍/ଏନ୍ଏସ୍ ଇଣ୍ଡିଆର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ କହିଛନ୍ତି, “୬୯ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ଉଲ୍ଲେଖନୀୟ ପ୍ରଦର୍ଶନ କ୍ରୀଡ଼ା ବିକାଶ ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆର ପ୍ରତିବଦ୍ଧତାର ଏକ ବଳିଷ୍ଠ ପ୍ରମାଣ।
ଓଡିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ଆଧୁନିକ କ୍ରୀଡ଼ା ବିଜ୍ଞାନ ଏବଂ ଆଥଲେଟମାନଙ୍କ ସାମଗ୍ରିକ ବିକାଶର ସମନ୍ୱୟ ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ମଞ୍ଚରେ ସଫଳତା ପାଇଁ ଓଡିଶାର ପରବର୍ତ୍ତୀ ପିଢ଼ିର ଖୋ ଖୋ ତାରକାମାନଙ୍କୁ ସଶକ୍ତ କରୁଛି।
Comments are closed.