Latest Odisha News

BREAKING NEWS

ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏହା ନଭେମ୍ବର ୨୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

ଚଳିତଥର ମଧ୍ୟ ଗୃହ କାର୍ଯ୍ୟ କରୋନା କଟକଣା ମଧ୍ୟରେ ପରିଚାଳିତ ହେବ ବୋଲି ସୂଚନା ମିଳିଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଧାନସଭାର ଶୀତ ଅଧିବେଶନ ମୋଟ ୪୦ଦିନ ଚାଲିବ। ଶନିବାର ଓ ରବିବାର ମଧ୍ୟ ଗୃହ କାର୍ଯ୍ୟ ଚାଲିବ। କେବଳ ୨ଦିନ ଯଥା- ନଭେମ୍ବର ୩୦ ରାସପୂର୍ଣ୍ଣିମା ଓ ଡିସେମ୍ବର ୨୫ ଏକ୍ସମାସ ଡେ’ରେ ବିଧାନସଭା ଛୁଟି ରହିବ।

ଅତିରିକ୍ତ ବଜେଟ୍ ନଭେମ୍ବର ୨୦ତାରିଖରେ ଆଗତ ହେବ ଓ ନଭେମ୍ବର ୨୯ରେ  ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିବା କାର୍ଯ୍ୟକ୍ରମ ରହିଛି । କରୋନା କଟକଣା ଗାଇଡଲାଇନ୍ ପାଳନ କରି ଶୀତ ଅଧିବେଶନକୁ ସମ୍ପୂର୍ଣ୍ଣ ପେପରମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ ୪୦ଦିନ ଅଧିବେଶନ ବସିବାକୁ ଥିବାବେଳେ ଏଥିରେ ୪ଦିନ ବେସରକାରୀ ଦିବସ ରହିଛି।

Comments are closed.