Latest Odisha News

BREAKING NEWS

ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ, ବିଧାନସଭା ମୁଲତବୀ ରହିଲା

ଭୁବନେଶ୍ୱର: ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବୁଧବାର ଦିନ ପ୍ରାରମ୍ଭରୁ ହିଁ ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।

ବୁଧବାର ଦିନ ୧୦:୩୦ ରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ହିଁ ବିରୋଧି କଂଗ୍ରେସ ସଭ୍ୟମାନେ ଚାରା ରୋପଣ ଦୁର୍ନୀତି ଅଭିଯୋଗ ନେଇ କୃଷିମନ୍ତ୍ରୀଙ୍କଠୁ ସ୍ପଷ୍ଟିକରଣ ମାଗି ପ୍ରବଳ ହଟ୍ଟଗୋଳ କରିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ଜାତୀୟ ରାଜପଥ ନିର୍ମାଣ ସମସ୍ୟା ସଂକ୍ରାନ୍ତୀୟ ଅନୁରୁପ ବିଭିନ୍ନ ସ୍ଲୋଗାନମାନେ ଦେଇଥିଲେ ।

ତେବେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବାକୁ ଉଦ୍ୟମ କଲାମାତ୍ରେ ହିଁ ବିରୋଧି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ବିଭିନ୍ନ ସରକାରୀ ବିରୋଧି ନାରାବାଜି ଦେବାକୁ ଲାଗିଥିଲେ । ବିରୋଧି ସଦସ୍ୟମାନେ ଏହିସବୁ ପ୍ରଶ୍ନ ଉପରେ ଆଲୋଚନା କରିବାକୁ ଜିଦ୍ ଧରିଥିଲେ ।

ଗୃହକୁ ପରିଚାଳନା କରିବାରେ ଅସମ୍ଭବ ହେବାରୁ ବାଚସ୍ପତି ଆଜି ଗୃହକୁ ଦିନ ୧୧:୩୦ ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ।

ଅନୁସୁଚିତ ଜାତି ଓ ଜନଜାତି ସମ୍ପର୍କୀୟ କଂଗ୍ରେସର ଏକ ପ୍ରସ୍ତାବ ସମ୍ପର୍କରେ ଶୂନ୍ୟକାଳରେ ଆଲୋଚନା କରିବାକୁ ବାଚସ୍ପତି ନିଷ୍ପତ୍ତି ନେଇଥିଲେ । ପ୍ରାୟ ୧୧:୩୦ ସମୟରେ ଗୃହରେ ଏହାକୁ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.