Latest Odisha News

BREAKING NEWS

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ, ଅଭିଭାଷଣ ରଖିବେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । କରୋନା କଟକଣା ଭିତରେ ଆରମ୍ଭ ହେବ ଗୃହକାର୍ଯ୍ୟ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଗୃହରେ ଅଭିଭାଷଣ ରଖିବେ । ଆସନ୍ତା ୨୨ ତାରିଖରେ ହେବ ରାଜ୍ୟ ବଜେଟ୍ ।

BjdElectrycity

ଚଳିତ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ । ଏନେଇ ଗତକାଲି ବସିଥିବା ସର୍ବଦଳୀୟ ବୈଠକରେ ବାଚସ୍ପତି ସୂର୍ଯ୍ୟ ନାରାୟାଣ ପାତ୍ର ସୂଚନା ଦେଇଛନ୍ତି । ଗୃହକାର୍ଯ୍ୟ ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇ ପ୍ରତିଦିନ ୧ଟା ୩୦ ଯାଏ ଚାଲିବ । ଲଞ୍ଚ ବ୍ରେକ ପରେ ଗୃହ କାର୍ଯ୍ୟ ଅପରାହ୍ଣ ୩ଟା ପରିବର୍ତ୍ତେ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ । ମୁତଲବି ପ୍ରସ୍ତାବ ଉପରେ ଦେଢ଼ ଘଣ୍ଟା ଧରି ଆଲୋଚନା ହେବ । ଏଥିରେ ବିରୋଧୀ ଦଳଙ୍କୁ ୫୫ ମିନିଟ୍ ସମୟ ଦିଆଯିବ ।

ଚଳିତ ବିଧାନସଭା ବଜେଟ୍ ପୂରା ପେପରଲେସ୍ ହେବ । ଏଥିପାଇଁ ନାସନାଲ ଇ-ବିଧାନସଭା ଆପ୍ଲିକେସନ୍ (NeVa) ପ୍ରସ୍ତୁତ କରାଯାଇଛି । ବିଜେଡି ଓଡ଼ିଶାକୁ କେନ୍ଦ୍ରର ଅବହେଳା ପ୍ରସଙ୍ଗ ଗୃହରେ ଉଠାଇବ । ସେହିଭଳି ସୀମା ବିବାଦ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି, ମଣ୍ଡିରୁ ଧାନ ଉଠାଣରେ ଅବ୍ୟବସ୍ଥା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛି ବିରୋଧୀ ବିଜେପି । ବଜେଟ୍ ଅଧିବେଶନ ପାଇଁ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସଚିବାଳୟ ମାର୍ଗରେ ସାଧାରଣ ଲୋକଙ୍କ ଚଳାଚଳକୁ ବନ୍ଦ କରାଯାଇଛି ।

Leave A Reply

Your email address will not be published.