Latest Odisha News

BREAKING NEWS

ଆଜିଠୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ଜଙ୍ଗଲ ନିଆଁ, ଧାନ କିଣା ପ୍ରସଙ୍ଗରେ ହୁଲସ୍ତୁଲ ହେବ ଗୃହ

ଭୁବନେଶ୍ୱର: ୧୨ ଦିନ ଅବକାଶ ପରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟ ବି କମ୍ପିବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । ବିଶେଷ କରି ଶିମିଳିପାଳ ଓ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ପ୍ରସଙ୍ଗରେ ତାତିବ ବିଧାନସଭା । ସେହିପରି ଧାନ ମଣ୍ଡି ସମସ୍ୟା ଓ ଧାନ କିଣା ଅନିୟମିତତା ଅଭିଯୋଗରେ ସରକାରଙ୍କୁ ଅଡୁଆରେ ପକାଇବେ ବିରୋଧୀ ।

ଏହାବ୍ୟତୀତ ଆଇନଶୃଙ୍ଖଳା ଓ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ସ୍ୱର ଶାଣିତ କରିବେ କଂଗ୍ରେସ ଓ ବିଜେପି । ସେପଟେ ବିରୋଧୀ ଆଣିବାକୁ ଥିବା ସବୁ ପ୍ରସଙ୍ଗରେ ଜବାବ ରଖିବା ପାଇଁ ତୟାର ସରକାରୀ ଦଳ । ବିଜେଡି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇପାରେ ।

ଆସନ୍ତାକାଲିଠାରୁ ୩୦ ତାରିଖ ଯାଏ ଗୃହରେ ବିଭାଗୀୟ ଖର୍ଚ୍ଚଦାବି ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୧ ତାରିଖରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ ହେବ । ବଜେଟ ଅଧିବେଶନ ଏପ୍ରିଲ୍‌ ୯ ତାରିଖ ଯାଏ ଚାଲିବାକୁ ସ୍ଥିର ହୋଇଛି ।

Leave A Reply

Your email address will not be published.