ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ଏବଂ ଓବିସିଙ୍କ ସର୍ଭେ ଲାଗି ସୋମବାର ଦିନ ସଂକଳ୍ପ ପାରିତ ହୋଇଛି । ଏହି ସଂକଳ୍ପଟିକୁ ଗୃହରେ ଅନୁସୂଚୀତ ଜାତି, ଜନଜାତି ଓ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଗତ କରିଥିଲେ ।
“ ଏହା ଏକ ଐତିହାସିକ ନିଷ୍ପତ୍ତି, ଓଡ଼ିଶା ବିଧାନସଭାରେ ସର୍ବ ସମ୍ମତ୍ତ ଭାବେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ଏବଂ ଓବିସିଙ୍କ ସର୍ଭେ ଲାଗି ଏହି ସଂକଳ୍ପ ଗୃହିତ ହୋଇଛି । ଏହି ସଂକଳ୍ପ ପଛୁଆ ବର୍ଗଙ୍କ ଉନ୍ନତି ସାଧନ କରିପାରିବ । ଏହି ସଂକଳ୍ପଟି ଗୃହରେ ସର୍ବ ସମ୍ମତ ଭାବେ ପାରିତ ହୋଇଥିବାରୁ ମୁଁ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।” ଗଣମାଧ୍ୟମକୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ପ୍ରସ୍ତାବଟିକୁ ଗୃହରେ ଆଗତ କରିବା ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ପୂର୍ବରୁ ଲୋକ ସେବା ଭବନରେ ନିଷ୍ପତ୍ତି ଗ୍ରହଣ କରିଥିଲା । ୨୦୨୧ ଜନଗଣନାରେ ସାମାଜିକ ଓ ଆର୍ଥିକ ଭାବେ ଥିବା ପଛୁଆ ବର୍ଗ (ଏସଇବିସି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଜାତି ଭିତ୍ତିକ ଜନଗଣନା ନେଇ ଓଡ଼ିଶା ସରକାର ଏକ ସଂକଳ୍ପ ପତ୍ର କେନ୍ଦ୍ରକୁ ପଠାଇଥିଲେ । କେନ୍ଦ୍ରସରକାର ସରକାର ଏନେଇ ସମ୍ପୂର୍ଣ୍ଣ ନୀରବ ରହିବା ପରେ ନବୀନ ପଛୁଆ ବର୍ଗଙ୍କ ଉନ୍ନତି ନିମନ୍ତେ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ।
Comments are closed.