Latest Odisha News

ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତାରେ ଭାଗ ନେବେ ଓଡିଶାର ୧୦ ଆଥଲେଟ

ଭୁବନେଶ୍ୱର: ପାଟନାରେ ୨୮ରୁ ୩୦ ସେପ୍ଟମ୍ବର ପର୍ଯ୍ୟନ୍ତ ୪ର୍ଥ ଇଣ୍ଡିଆନ ଓପନ ୨୩ ବର୍ଷରୁ କମ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବ । ଓଡିଶାର ୧୦ ପ୍ରତିଭାବାନ ଆଥଲେଟ ଏଥିରେ ଅଂଶଗ୍ରହଣ କରିବା ପାଇଁ ଗସ୍ତ କରିଛନ୍ତି । ସମସ୍ତ ଆଥଲେଟ ଓଡିଶା ଆରଏଫ ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି । ଜାତୀୟସ୍ତରରେ ଛାପ ଛାଡିବା ତଥା ଆନ୍ତର୍ଜାତୀୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ଏହି ପ୍ରତିଯୋଗିତା ଭଲ ପ୍ଲାଟଫର୍ମ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଓଡିଶାର ଏହି ଯୁବ ଆଥଲେଟମାନେ ହେଲେ ଅନୀମେଶ କୁଜୁର, ରେୟାନବାଶ(୧୦୦, ୨୦୦ ମିଟର), ଅଭିଷେକ ଦଳବେହେରା, ସୁଖୀ ବାସ୍କେ(୧୦୦ ମିଟର), ଆସ୍ତିକ ପ୍ରଧାନ(୪୦୦ ମିଟର), ଯଶବୀର ନାଏକ(ଡେକାଥଲନ), ଲକ୍ଷ୍ମୀପ୍ରିୟା କିଶାନ, ଦୟାନିଧି ମୁଣ୍ଡା(୮୦୦ ମିଟର), ନିଖିଲ କୁମାର ଦାସ(ହାଇଜମ୍ପ) ଓ ସୁସ୍ମିତା ଟିଗା ୩୦୦୦ ମିଟର ଷ୍ଟିପେଲଚେଜରେ ଅଂଶଗ୍ରହଣ କରିବେ ।

ଓଡିଶା ଆରଏଫ ସେଂଟରର ମୂଖ୍ୟ କୋଚ ମାର୍ଟିନ ଓୱେନ୍ସ ଏହି ଆଥଲେଟମାନେ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ଼ତା ସହକାରେ କହିଛନ୍ତି । ୨୩ ବର୍ଷରୁ କମ ବିଭାଗ ମୁକାବିଲାରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସେମାନଙ୍କ ନିକଟରେ ଏବେ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି । ଓଡିଶାକୁ ସେମାନେ ନିଶ୍ଚିତ ଭାବେ ଗର୍ବିତ କରିବେ ବୋଲି ମାର୍ଟିନ ଆଶା ବ୍ୟକ୍ତ କରିଛନ୍ତି । ସିନିୟର ସାଫ ପାଇଁ ଯୋଗ୍ୟତା ହାସଲ କରିବା ନିମନ୍ତେ ସେମାନଙ୍କ ନିକଟରେ ସୁଯୋଗ ରହିବ । ନିକଟରେ ଓଡିଶାର ପ୍ରତୀକ ମହାରାଣା, ଦଣ୍ଡପତିମୃତ୍ୟୁମଜୟରାମ, ମହେନ୍ଦ୍ର ସାନ୍ତା, ସବିତା ଟପ୍ପୋ ଓ ଲକ୍ଷ୍ମୀପ୍ରିୟା କିଶାନ ସାଫ ଜୁନିୟର ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଭାରତ ପଦକ ତାଲିକାରେ ସେମାନେ ୪ ରୌପ୍ୟ ଓ ୧ ବ୍ରୋଞ୍ଜ ପଦକ ସାମିଲ କରାଇଥିଲେ ।

Leave A Reply

Your email address will not be published.